STORYMIRROR

Sushree sangita Swain

Abstract

2  

Sushree sangita Swain

Abstract

ଯନ୍ତ୍ର ଦାନବ

ଯନ୍ତ୍ର ଦାନବ

1 min
116

ସଂକୁଚିତ ପୃଥିବୀ ଭିତରେ

ବଢ଼ି ବଢ଼ି ଚାଲେ

ମଣିଷ ମଣିଷ ମଧ୍ୟରେ ବ୍ୟବଧାନ

ଜୀବନଟା ଅବିଶ୍ୱସ୍ତ ବନ୍ଧୁ

ଅଲକ୍ଷ୍ୟ ରେ ଷଡଯନ୍ତ୍ର ରଚୁଥିବା

ଦୁଷ୍ଟ ସୈତାନ

ମୃତ୍ୟୁ ଯାଇଛି ପାଲଟି

ମା ର ଜରାୟୁ ରେ ନିଦ୍ରିତ

ଅପରିପକ୍ଵ ସୁପ୍ତ ଭୃଣ

ସଫଳତା ଚିରହରିତ ଅରଣ୍ୟ

ବିଫଳତା ମାଇଲ ମାଇଲ ବ୍ୟାପି

ବେସୁରା କୁହୁ ତାନ

ମଣିଷ ପାଲଟିଛି ଯନ୍ତ୍ର

ଯନ୍ତ୍ର ନେଇଛି ମଣିଷ ର ସ୍ଥାନ

ସବୁ ପରେ ବି ମଣିଷ ର ଅଭିପ୍ସା

ଦ୍ୱିତୀୟ ଈଶ୍ୱର ପାଲଟିବାର ଆସ୍ଫାଳନ.



Rate this content
Log in

Similar oriya poem from Abstract