ଯମର ଛାଟ
ଯମର ଛାଟ


ଗୀତାର କରମ କରହେ ସରବେ
ଫଳ ଆଶା ରଖ ନାହିଁ
କରିଲା କରମ ଫଳ ଦେବା ପାଇଁ
ଅଛନ୍ତି ଜଗତ ସାଇଁ l
ରାମାୟଣ କହେ ତ୍ୟାଗ କରିଚାଲ
ତ୍ୟାଗ ଭରା ସେଇ ଗ୍ରନ୍ଥ
ଲକ୍ଷ୍ମଣ ଭରତ ଉର୍ମିଳା ତ୍ୟାଗକୁ
ଲେଖିଲେ ତୁଳସୀ ସନ୍ଥ l
ମହାଭାରତର ଯୁଦ୍ଧ ବିଭୀଷକା
କିଏବା ନ ଜାଣେ ସ
ତ
ସତ୍ୟ ଧରମର ଜୟ ହେଉ ବୋଲି
କହିଲେ ଗାନ୍ଧାରୀ ମାତ l
ଧରମର ଜୟ ଯୁଗେ ଯୁଗେ ହୁଏ
ଅଧର୍ମୀ ହୁଏ ବିନାଶ
ସେଥିପାଇଁ ସିନା କୁରୁବଂଶ କୁଳ
ସମୂଳେ ହୋଇଲେ ନାଶ l
ଭାଗବତ କହେ ଜ୍ଞାନ ଭକ୍ତି କଥା
ଦେଖାଏ ମୁକତି ବାଟ
ନିତି ଗାଉଥିଲେ ନିତି ପଢୁଥିଲେ
ନଲାଗେ ଯମର ଛାଟ ।