STORYMIRROR

Kalandi pal

Classics Others

2  

Kalandi pal

Classics Others

ଯମକୁ ଶ୍ରୀମନ୍ଦିର ମନା

ଯମକୁ ଶ୍ରୀମନ୍ଦିର ମନା

1 min
130


ଦେବଗଣ ଈଶ ହେ ଜଗନ୍ନିବାସ

     ବିଜେ ଶ୍ରୀକ୍ଷେତ୍ର ଆଳୟ,

ସର୍ବ ଦେବା ଦେବୀ ଦର୍ଶନ ପାଆନ୍ତି

     ଯମେ ବାରଣ ନିଳୟ,

ଶ୍ରୀ ମନ୍ଦିରେ ନାହିଁ ମୃତ୍ୟୁ ଭୟ। l0l


ମେଘନାଦ ଘେରା ପ୍ରାଚୀର ବେଷ୍ଟନୀ

    ଲକ୍ଷେ ଶାଳଗ୍ରାମ ଘେରା,

ତନ୍ମଧ୍ୟେ ଅଦ୍ୱୈତ ଅନନ୍ତ ବିହାରୀ

     ଭେଉଛନ୍ତି କେତେ ଲୀଳା,

ସ୍ୱୟଂ ପରଂବ୍ରହ୍ମ ଦେଇଛନ୍ତି ରାୟ

ରୋଗ ଶୋକ ମୋହ ନାହିଁ ମୃତ୍ୟୁ ଭୟ,

      ସେହିତ ପୁଣ୍ୟ ନିଳୟ। l1l


ଭୁଦେବୀ ଶ୍ରୀଦେବୀ ମଦନମୋହନ

     ବିଜେ କମଳା ବିମଳା,

ଦାରୁବ୍ରହ୍ମ ସହ ତ୍ରେତିଶ କୋଟି ଯେ

     ଦେବତାଙ୍କ ଲୀଳା ଖେଳା,

ଏଠି ବଟବୃକ୍ଷ  ଭୂଷଣ୍ଡ  ଅମର

ସତ୍ୟ ପ୍ରମାଣ ତ ଏହି ଶ୍ରୀକ୍ଷେତ୍ରର

     ଚିରନ୍ତନ ପୁଣ୍ୟମୟ। l2l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics