STORYMIRROR

Arundhati Jena

Tragedy Others

3  

Arundhati Jena

Tragedy Others

ଯମ ଯନ୍ତ୍ରଣା

ଯମ ଯନ୍ତ୍ରଣା

1 min
218


ସ୍ୱାଭିମାନୀ ଆଉ ସ୍ୱାବଲମ୍ବୀ ଝିଅ ଟିଏ ବୋଲି


ମନରେ ଯେଉଁ ଗର୍ବ ଥିଲା


ଆଜି ତାହା ଚୁନା ହୋଇଯାଇଛି ,


ହୃଦୟର ଅସୁମାରୀ ଦୁଃଖ ଆଉ


ଝିଅ ହେଇ ଜନ୍ମ ହେବାର ଯମଯନ୍ତ୍ରଣା


ଲହୁ ହୋଇ ବହିଯାଉଛି ।


ଆଜି କେତେ ଯେ ପ୍ରିୟଙ୍କା ଆଉ ନିର୍ଭୟା


ଯନ୍ତ୍ରଣାମୟ ଇତିହାସର ଗୋଟିଏ ଗୋଟିଏ ପୃଷ୍ଠା ପାଲଟିଛନ୍ତି


ମର୍ମନ୍ତୁଦ ଘଟଣାର ଗୋଟେ ଦିଦିନ ପର୍ଯ୍ୟନ୍ତ


ସେମାନେ ମନେ ରହିବେ ଆଉ ତା ପରେ


ପରିବାର ଛଡା ଅନ୍ୟ ଲୋକମାନେ ସେ ସବୁକୁ ଭୁଲିଯିବେ


କୋର୍ଟ ରେ କେସ ଗଡିଚାଲିବ ଆଉ ନର ରାକ୍ଷସ ମାନେ


ସେଇ ହୃଦୟ ବିଦାରକ ଘଟଣାର ପୁନରାବୃତ୍ତି କରିବେ ।


କେବେ ଏ ଦେଶରେ କଠୋର ନିୟମ ତିଆରି ହେବ


ବୋଧହୁଏ ଯେବେ ଏଇ ଦେଶର ନାମୀ ଦାମୀ


ଲୋକମାନଙ୍କ ଝିଅ ବଳାତ୍କାର ର ଶିକାର ହେବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy