ଯଜ୍ଞପୁରୀର ଗାଥା ଓ କଥା
ଯଜ୍ଞପୁରୀର ଗାଥା ଓ କଥା


ଜନ୍ମଞ୍ଜୟ ପୁତ୍ର କେଶରୀ ଯଯାତି
ଅଶ୍ୱ ଝପଟାଇ ଖରେ
ବିନୀତପୁରରୁ ହୋଇଗଲେ ବିଜେ
ପାଟକ ଗୁହଦେଶ୍ୱରେ ।
ବିଜୟ କରିଲେ ଉତ୍କଳ କଟକ
ଏକାମ୍ର ପୁରୀ କଳିଙ୍ଗ
ବୈତରଣୀ କୂଳ ପବିତ୍ର ତୀର୍ଥରେ
ଆୟୋଜିଲେ ମହାଯଜ୍ଞ ।
ବିପ୍ର ବୈତରଣୀ ବରାହ ବିରଜା
ଚର୍ତୁବେଦର ସଙ୍ଗମେ
ଉଠିଲା ପ୍ରଜ୍ଜଳି ବ୍ରହ୍ମ କୁଣ୍ଡ ଅଗ୍ନି
ବୀରତ୍ବ ଯଶ ଗାରିମେ ।
କାରୁକାର୍ଯ୍ୟପୂର୍ଣ୍ଣ ସୁଉଚ୍ଚ ମନ୍ଦିର
ହୋଇଲା ବହୁ ନିର୍ମାଣ
ଶୈବ ଶାକ୍ତ ବିଷ୍ଣୁ ପୂଜା ଆରାଧନା
ପ୍ରତିଷ୍ଠା ବିଧି ବିଧାନ ।
ମାର୍ଜନା ହୋଇଲା ଶାସ୍ତ୍ରୀୟ ମତରେ
ଜୀର୍ଣ୍ଣ ହୀନ ତନ୍ତ୍ର ବିଧି
ହେଲା ସୁପ୍ରତିଷ୍ଠା ବେଦ ପରମ୍ପରା
ଗଦାକ୍ଷେତ୍ର ଯଶ କୀର୍ତ୍ତି ।
ଅଛି ମୁକସାକ୍ଷୀ ଶୁଭ ଜୟସ୍ତମ୍ଭ
ଘାଟ ଦଶ ଅଶ୍ୱମେଧ
ଅରଜନ୍ତି ଭକ୍ତ ପୁଣ୍ୟ ଦରଶନ
ପବିତ୍ର ତୀର୍ଥ ସାନ୍ନିଧ୍ୟ ।
ଗଙ୍ଗ ରାଜତ୍ୱରେ ହେଲା ରାଜଧାନୀ
ବିଡାନାସୀ ବାରବାଟି
ଯଯାତି ନଗର ଯଜ୍ଞ ଯାଜପୁର
ହୋଇଗଲା ନିରିମାଖି ।
<p>ଉଡ଼ି ଯାଇଅଛି କର୍ପୂର ବାସନା
ପଡ଼ିଅଛି କନା ମାତ୍ର
ରହି ଯାଇଅଛି ସ୍ମୃତି ରୂପେ ଖାଲି
ଭଗ୍ନ ସ୍ତୁପ ନଦୀ ନାଳ ।
ହସ୍ତରେଖା ପରି ଜୀବନର ରେଖା
ଅଟେ ଆମ ନଦନଦୀ
ବଖାଣନ୍ତି କିଛି ନିଗୁଢ ରହସ୍ୟ
ସ୍ଥାନ କାଳ ଗତି ବିଧି ।
ଖରସ୍ରୋତା ରୂପେ ଆସିଅଛି ମାଡ଼ି
ପ୍ରଖରେ ନଦୀ ବ୍ରାହ୍ମଣୀ
ଯାଇଛି ଦୂରେଇ ଶାଖା ବୁଢ଼ା ନଦୀ
ବୈ।ଦ୍ଧ ତପ୍ତ ବୈତରଣୀ ।
ଭକ୍ତ ହାଡିଦାସ ଅଚ୍ୟୁତ ଅନନ୍ତ
ମାଳିକା ପୁରାଣ ରଚି
କହି ଯାଇଛନ୍ତି ଆଗାମୀ ଭବିଷ୍ୟ
ପ୍ରାଞ୍ଜଳରେ ଗୋଟି ଗୋଟି ।
କଳିଯୁଗେ ହେବ ବଡ଼ ବ୍ୟଭୀଚାର
ସର୍ବେ ହେବେ ଏକାକାର
ଲାଗିବ କନ୍ଦଳ ଦେଶ ଓ ରାଇଜେ
ଶୂନ୍ୟ ହୋଇବ ବିଚାର ।
ବେଦ ବିଧାନକୁ ନ ମାନିବେ କେହି
ନ ମାନିବେ ବଡ଼ ସାନ
ପ୍ରକୃତି ଧରିବ ମହା ରୈ।ଦ୍ରରୂପ
ମାତା ହେଲେ ହୀନିମାନ ।
ହେବ ଜଳାର୍ଣବ ପୃଥ୍ୱୀ ଏକାକାର
କହେ ମାଳିକା ବଚନ
ଶାଙ୍କୁଚ କଣ୍ଟାରେ ଲାଗିବ କବାଟ
ପାବଚ୍ଛେ ଖେଳିବେ ମୀନ ।