STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଯିଏ ମାରିବ ସିଏ ଗୋପରେ

ଯିଏ ମାରିବ ସିଏ ଗୋପରେ

2 mins
1


ଗୋପାଙ୍ଗନା ରୂପେ ମୁନି ଗଣ ଜନ୍ମି

ଅଛନ୍ତି ଗୋପ ପୁରରେ

ନାୟିକା ଶ୍ରୀରାଧା ଜନ୍ମ ହେବା ସହ

ବଳରାମ ନନ୍ଦ ଘରେ

ଜୀବନ୍ତ ନାଟକ ହେବ ଗୋପପୁରେ

ଅଭିନେତା ଅପେକ୍ଷାରେ

ମୁଖ୍ୟ ଭୂମିକାରେ ହେବେ ଅବତୀର୍ଣ୍ଣ

କୃଷ୍ଣ ହିଁ କୃଷ୍ଣ ଲୀଳାରେ ।


ପୂର୍ବ ନିର୍ଦ୍ଧାରିତ ଯୋଜନା ପ୍ରସ୍ତୁତ

ମାୟାଧର ଙ୍କ ମାୟାରେ

ମାତା ଅମ୍ବିକାଙ୍କୁ ଯଶୋଦା ଗର୍ଭରୁ

ଜନ୍ମାଇଲେ ଗୋପପୁରେ

ଦେବକୀ ଗର୍ଭରୁ ଅଷ୍ଟମ ସନ୍ତାନ

ରୂପେ ହେବାକୁ ସମ୍ଭୂତ

ଶୁଭ ଲଗ୍ନ ପାଇଁ ଅପେକ୍ଷା ରହିଲା

ବିଷ୍ଣୁ ହେବେ ସ୍ଵୟଂ ଜାତ ।


କ୍ରମେ ଉପଗତ ହେଲା ଶୁଭ ଦିନ

ଭାଦ୍ର କୃଷ୍ଣ ଅଷ୍ଟମୀରେ

ରୋହିଣୀ ନକ୍ଷତ୍ର ଓ ବୃଷ ରାଶିରେ

ଚନ୍ଦ୍ର ଥିବା ସମୟରେ

ମେଘର ଗୁରୁ ଗର୍ଜନ ନିଶାର୍ଦ୍ଧରେ

ପବନ ବି ଭୟାବହ

ବିଜୁଳିର ଖେଳ ମେଘର ଦେହରେ

ଝଲସିଲା ବନ୍ଦୀ ଗୃହ 

ନୀଳଜୀମୂତ ଦେହ କାନ୍ତି ବଳୟ 

ମଣି ଝଟକ ସହିତ

କଟି ଦେଶେ ପୀତ ବସନ ଶୋଭିତ

ବିଷ୍ଣୁ ହୋଇଲେ ଜନ୍ମିତ

କୋଟିଏ କନ୍ଦର୍ପ ସମ ହେବେ ନାହିଁ

ବର୍ଣ୍ଣନା ପଥେ ସେ ରୂପ 

ଧନ୍ୟ ସେ ଦେବକୀ, ଧନ୍ୟ ବସୁଦେବ

ଦର୍ଶନ କଲେ ସେ ରୂପ

ଦେବକୀ ଓ ବସୁଦେବ ବିହ୍ଵଳିତ

ଦେଖିଲେ ଯାହା ନୟନେ

ଶୃଙ୍ଖଳ ରୁ ମୁକ୍ତ ହେଲେ ଦୁହେଁ ଆପେ

ପ୍ରଭୁଙ୍କ ରୂପ ଦର୍ଶନେ

କାରା ରକ୍ଷୀ ସର୍ବେ ନିଦ୍ରାରେ ମୋହିତ

ଦ୍ଵାର ହୋଇଲା ଉନ୍ମୁକ୍ତ

ଗୋପରେ ଛାଡ଼ିବା ନିର୍ଦ୍ଦେଶ ସହିତ

ବସୁଦେବଙ୍କ ଉଦ୍ୟତ

ମାୟା ଭିଆଇଲେ ସ୍ୱୟଂ ମାୟାଧର

ପଥ ହେଲା ପରିଷ୍କାର

ଶିଶୁ ପୁତ୍ର ରଖି ଟୋକେଇ ଭିତରେ

ବସୁଦେବ ଆଗଭର

କଂସର ପିଅର ଓଗାଳିଲା ବାଟ

ଆକଟ କଲେ ସେଠାରେ

ପ୍ରଭୁଙ୍କ ସ୍ବରୂପ ଦେଖି କୃତ୍ୟ କୃତ୍ୟ 

ପ୍ରଣମିଲା ଭକ୍ତି ଭରେ

ବାଟରେ ଯମୁନା ଯମର ଭଗିନୀ

କୂଳ ଲଙ୍ଘି ଥିଲା ଫୁଲି

"ମାତ୍ର ମୁଁ ମାନବ ,ନିଜକୁ ବଞ୍ଚାଅ "

ବସୁଦେବ ମନେ ଭାଳି 

ବାଟ ଫିଟି ଗଲା ବିଜୁଳି ଆଲୋକେ

ଯମୁନା କରିଲା ପାରି 

ବିଜୁଳି ବେଗରେ ଚାଲି ବସୁଦେବ

ପହଞ୍ଚିଲେ ଗୋପ-ପୁରୀ

ପୂର୍ବ ନିର୍ଦ୍ଧାରିତ ଯୋଜନା ବଳରେ

ଅମ୍ବିକା ଯଶୋଦା କୋଳେ

ସଂଜ୍ଞାହୀନ ଥିଲେ ଜନନୀ ଯଶୋଦା

କୃଷ୍ଣଙ୍କୁ ରଖିଲେ କୋଳେ

ଅଦଳ ବଦଳ ହେଲା ସମାପନ

ଅମ୍ବିକା ଙ୍କୁ ଧରି ଧୀରେ

ରାତି ନ ପାହୁଣୁ ବସୁଦେବ ଫେରି

ରହିଲେ ବନ୍ଦୀ ଗୃହରେ

ଆପେ ଆପେ ବନ୍ଦ ହେଲା ବନ୍ଦୀ ଗୃହ

ଅମ୍ବିକା କୁଆଁ ଡାକିଲେ ।


ବନ୍ଦୀ-ଶାଳା ଅଭିମୁଖେ ଆଗଭର

ମଥୁରା ରାଜନ କଂସ

ଦେବକୀ ଅଷ୍ଟମ ଗର୍ଭର ସନ୍ତାନ

ଶତ୍ରୁ ହେବ ଆଜି ନାଶ

ଶୂନ୍ୟବାଣୀ ଥିଲା ଅଷ୍ଟମ ଗର୍ଭରୁ

କଂସ ଶତ୍ରୁ ହେବ ଜାତ

ମଥୁରା ନଗରେ ସମ୍ବାଦ ପ୍ରଚାର 

କ୍ରମେ ହେଲା ତ୍ୱରାନ୍ୱିତ ।


ସକାଳୁ ସକାଳୁ ଶୁଣି ସେ ଖବର 

କଂସ ଆସି ପହଂଚିଲେ 

ନିଷ୍ଟୁର ସେ କଂସ ଅମ୍ବିକା ଙ୍କୁ ଧରି

କଚାଡି ଦେଲେ ଶିଳା ରେ

" ଯିଏ ମାରିବ ସିଏ ଗୋପରେ ଅଛି"

ଶୁଭିଲା କଂସ କର୍ଣ୍ଣ ରେ

ବନ୍ଦୀ ଗୃହ ହେଲା ଚର୍ଚ୍ଚାର ବିଷୟ

ମଥୁରା ରୁ ଗୋପପୁର

ନନ୍ଦ ଘରେ ରହି ଗୋବିନ୍ଦ ଖେଳୁଛି 

ଧନ୍ୟ ହେଲା ଗୋପପୁର 

ଗୋପ ଲୀଳା ନୁହଁ କୃଷ୍ଣ ଲୀଳା ପ୍ରାୟ

ଗୋପ ପୁରରେ ଚାଲିଛି

ଧନ୍ୟ ଗୋପାଙ୍ଗନା ଧନ୍ୟ ସେହି ରାଧା

କୃଷ୍ଣ ଭାବକୁ ଲଭିଛି ।



Rate this content
Log in

Similar oriya poem from Drama