STORYMIRROR

Ajay kumar Behera

Inspirational

2  

Ajay kumar Behera

Inspirational

"ଯିଏ ଆଦ୍ୟ "

"ଯିଏ ଆଦ୍ୟ "

1 min
97

ଯିଏ ଆଦ୍ୟ

ଯିଏ ଅନନ୍ତ

ଯିଏ ସକଳ ଉତ୍ସର ମୂଳ

ଯିଏ ନ୍ୟାୟ ଦାତା

ଯିଏ ପାଳନ କର୍ତ୍ତା

ଯାହାଙ୍କ ପାଇଁ

ମୁଁ ଦୁନିଆ ଦେଖିଛି

ଯାହାଙ୍କ ପରିଚୟେ

ଆଜି ମୁଁ ସମାଜେ ପରିଚିତ

ଯିଏ ଦୁନିଆର ବୋଝ

ହୃଦୟେ ଚାପି ଧରି

ଦୁନିଆରେ ହାତ ଧରି

ଚଲେଇବା ଶିଖାଇଲେ

ନିଜେ ନ ଖାଇ

ପେଟକୁ ଆହାର ଯୋଗାଇ

ଛୋଟରୁ ବଡ଼ କଲେ

ସମାଜ ସ୍ରୋତରେ

ସାମିଲ ହେବାକୁ ଯେଉଁ

ନୈତିକ ଶିଖା ଆବଶ୍ୟକ

ଯଥେଷ୍ଟ ଶିଖାଇ

କାନ୍ଧରେ କାନ୍ଧ ମିଳାଇ

ଚାଲିବାର ଯେଉଁ ପ୍ରେରଣାଟିକକ ଲୋଡ଼ା

ସେ ବେଶ ଭଲ ଭାବରେ ଶିଖାଇଲେ

ପୁତ୍ରପାଇଁ ପିତାର ସମସ୍ତ

ଦାୟିତ୍ୱ କର୍ତ୍ତବ୍ୟ ସୁଚାରୁ ରୂପେ

ସମ୍ପାଦନ କରୁ କରୁ

ସେଇ ପୁଣ୍ୟାତ୍ମା

ସବୁଦିନ ପାଇଁ ପୁଣି

ଏକୁଟିଆ କରି ଛାଡି ଚାଲି ଗଲେ!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational