ଯେଉଁ ମାଟିରେ ଜନମ ଲଭି
ଯେଉଁ ମାଟିରେ ଜନମ ଲଭି
ଯେଉଁ ମାଟିରେ ଜନମ ଲଭି
କାନ୍ଦିଲି କୁଆଁ କୁଆଁ
ସେହି ମୋ ପ୍ରିୟ ଜନମ
ଭୂଇଁ ଭାରତ ତାର ନାଆଁ |
ତାହାରି ମାଟି ପାଣି
ପବନେ ଗଢ଼ା ତନୁ
ତାହାରି ସେବା କରିବି
ନିତି ଭୁଲିବି ନାହିଁ ମନୁ |
ହେବି ସୈନିକ ଧରି ବନ୍ଧୁକ
ସୀମା ସୁରକ୍ଷା ଦେଵି
ମାଟିରେ ସୁନା ଫଳାଇ
ଦେଵି ଭଲ କୃଷକ ହେବି |
ଶିଳ୍ପୀ ହେବି ଶ୍ରମିକ ହେବି
ଯନ୍ତ୍ରୀ କାରିଗର
ରୋଗୀଙ୍କ ସେବା କରିବା
ପାଇଁ ହେବି ମୁଁ ଡାକତର |
ଶିକ୍ଷକ ହେବି ପିଲା ମାନଙ୍କ
ଜୀବନ ଗଢ଼ି ଦେବି
ହୋଇବି ନେତା ଜଗତଜିତା
ଦେଶ ଆଗେଇ ନେବି |
ଜାତିଏକତା ଜାତି ମମତା
ସଂହତି ଶିଖାଇବି
ଦେଶ ପ୍ରେମର ମହା
ମନ୍ତର ସଭିଙ୍କୁ ଶିଖାଇବି |
ଆଚରଣରେ ଉଚ୍ଚାରଣରେ
ତଫାତ ନରଖିବି
ଜାତୀୟ ପତାକାର
ମହତ୍ୱ ସବୁଙ୍କୁ ବୁଝାଇବି |
ସହୀଦ ସନ୍ଥ ଶିକ୍ଷକ ଶିଶୁ
ସେବକେ ମାନ୍ୟ ଦେଵି
ସ୍ୱାର୍ଥ କପଟ ହିଂସା ବରଜି
ଭଲ ମଣିଷ ହେବି |
ମୋଦି ଅଟଳ ଗୋପବନ୍ଧୁଙ୍କ
ପରି ନହେଲେ ନାହିଁ
ଜାତି ସେତୁରେ ଗୁଣ୍ଡୁଚି
ହୋଇ ସନ୍ତୋଷ ହେବି ଭାଇ |
ହସିବ ଜନରାଜ୍ୟ ଦିବସେ
ପ୍ରିୟ ଭାରତ ଭୂଇଁ
ଘର ଘରକେ ତ୍ରିରଙ୍ଗା
ବାନା ଉଡ଼ିବ ନଭ ଛୁଇଁ |
