STORYMIRROR

Ram Prasad Bisoi

Fantasy Abstract

1  

Ram Prasad Bisoi

Fantasy Abstract

ଯେମିତି-ଶୂନ୍ୟତା ଓ ପ୍ରେମ

ଯେମିତି-ଶୂନ୍ୟତା ଓ ପ୍ରେମ

1 min
2.6K


ପଶ୍ଚାଦପଟରେ ଶୂନ୍ୟତା,

ଛାଇ ରହିଛି,

ଯେମିତି,

ଗ୍ରୀଷ୍ମ ଅବକାଶ ପରେ

ଶୂନ୍ୟ ରହେ ବେଳାଭୂମି,

ଯେମିତି,

ପରୀକ୍ଷା ଶେଷ ହେବା ପରେ

ପାଠାଗାରର ଶୂନ୍ୟ ରହେ ଚୌକି,

ଯେମିତି

ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ମ୍ୟାଚ

ପରେ ଶୂନ୍ୟତା ଭରା ଷ୍ଟାଡିୟମ,

ଯେମିତି,

ବିବେକ ଓ ହୃଦୟର ସଂଘର୍ଷ

ପରେ ଅତି ନିକଟ ସମ୍ପର୍କୀୟାଙ୍କ

ନୀରବରେ ହଜି ଯାଇଥିବା ଠିକଣା,

ଯେମିତି,

ପ୍ରେମିକା କହି ଚାଲି ଯାଏ,

ଦୂରକୁ,

ପ୍ରେମ ଏକ ଘଟଣା,

ମାନେ ନୁହେଁ ପରିଣୟ

ବଦଳି ପାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy