STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଯଦି

ଯଦି

1 min
280

କହୁଥିବା ସବୁ କଥା କାମରେ କରିବ

ତେବେ ସିନା ବୀର ବୋଲି ବାହାବା ମାରିବ

ବଡ଼କୁହା ହୋଇ ଖାଲି ଭାଷଣ ମାରିଲେ

ସମାଧାନ ହୁଏ ନାହିଁ ଅପବାଦ ମିଳେ

ରାଣ ଦେଇ ପ୍ରତିଶ୍ରୁତି ସମସ୍ତେ ଦିଅନ୍ତି

କହ ମତେ କିଏ କେତେ ପୂରଣ କରନ୍ତି

ଜାଣିନ କି ଅବେଳରେ ମରଣ ହୋଇବ

ସଞ୍ଚିଥିବା ଧନ ସବୁ ପର ହସ୍ତେ ଯିବ

କହିବନି କଟୁକଥା କାହାକୁ ବି କେବେ

ସହିଗଲେ ସରେନାହିଁ ସମ୍ମାନ ବି କେବେ

ଆଗପଛ ଭାବି ତୁମେ ବାଟ ଚାଲୁଥିବ

କିଏ ଜାଣେ କେତେବେଳେ ସରଗକୁ ଯିବ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract