ଯଦି ସୁନ୍ଦରୀଟି ହୋଇଥାନ୍ତି
ଯଦି ସୁନ୍ଦରୀଟି ହୋଇଥାନ୍ତି
ହେ ଈଶ୍ୱର ବାରେ ମୋତେ ଦୟାକର
ଦିଅ ମୋତେ ଏହି ବର
ପୁରୁଷ ଜନ୍ମରୁ ମୁକ୍ତି ଦେଇ ମୋତେ
ସୁନ୍ଦରୀ ଝିଅଟି କର।
ପୁରୁଷଟି ହୋଇ ମେଣ୍ଢା ଭଳି ମୁହିଁ
ସହେ ଯେତେ ଅତ୍ୟାଚାର
ସବୁଠାରେ ହତାଦର
ମିଳୁନି ଟିକେ ଆଦର।
ଭାରି ଭଲ ହୋଇଥାନ୍ତା ଯଦି
ସୁନ୍ଦରୀଟି ହୋଇଥାନ୍ତି
ବାଛି ବାଛି ଧନୀ ଟୋକାଙ୍କୁ ମୁଁ ବେଶୀ
ଇମ୍ପୋଟାଣ୍ଟ ଦେଉଥାନ୍ତି
ଆଙ୍ଗୁଠି ଆଗରେ ଏହି ଦୁନିଆଁକୁ
ଉଠାବସା କରୁଥାନ୍ତି
ଷ୍ଟାଇଲ ଦେଖେଇ ମାଇଲିଏ ଦୂରୁଁ
ଆଖିମାରି ଟାଣୁଥାନ୍ତି
ଭାରି ଭଲ ହୋଇଥାନ୍ତା ଯଦି
ସୁନ୍ଦରୀଟି ହୋଇଥାନ୍ତି....୧
ସଟ୍କଟ୍ ଜିନ୍ ଡ୍ରେସ୍ ପିନ୍ଧିବାକୁ
ପସନ୍ଦ କରନ୍ତି ବେଶୀ
ଲିପିଷ୍ଟିକ୍ ବୋଳି ଓଠ ନାଲି କରି
ହୁଅନ୍ତି ଖାଣ୍ଟି ବିଦେଶୀ।
ପ୍ରେମକୁ ଆଧାର କରି ମୁହିଁ ସ୍ଵାର୍ଥ
ଭେନିଟି ମୋ ଭରୁଥାନ୍ତି
ଭାରି ଭଲ ହୋଇଥାନ୍ତା ଯଦି
ସୁନ୍ଦରୀଟି ହୋଇଥାନ୍ତି....୨
ଫେସବୁକ୍ ଠାରୁ ହ୍ଵାଟ୍ସଫ ଯାଏ
ବୟ ଫ୍ରେଣ୍ଡ୍ ଖୋଜୁଥାନ୍ତି
କାଇଦା କରିକି ଫାଇଦା ମାରିକି
ପାର୍କ କ୍ଲବ୍ ବୁଲୁଥାନ୍ତି
ଆଇସ୍କ୍ରିମ୍ ପେପ୍ସୀ ଚକୋଲେଟ୍ ଖାଇ
ସଭିଙ୍କ ଧନ ହୁଅନ୍ତି
ଭାରି ଭଲ ହୋଇଥାନ୍ତା ଯଦି
ସୁନ୍ଦରୀଟି ହୋଇଥାନ୍ତି....୩
କାର୍ଯ୍ୟାଳୟ ହେଉ ଭାର୍ଯ୍ୟାଳୟ କିମ୍ବା
ବିଦ୍ୟାଳୟ ଶୌଚାଳୟ
ଚିକିତ୍ସାଳୟ କି ଭୋଜନାଳୟରେ
ସୁନ୍ଦରୀ ସଭିଙ୍କ ପ୍ରିୟ
ଅଟୋବାଲାଠାରୁ ବଅସ୍ ପର୍ଯ୍ୟନ୍ତ
ସବୁଠାରେ ସିଟ୍ ମିଳେ
ମାଗଣାରେ ପୁଣି ପ୍ରେମୀ ଡ଼୍ରାଇଭର
ବସାଏ ନିଜ ପାଖରେ।
ମୁରୁକି ହସାରେ ଆଖି ଠାର ମାରି
ଦେହରେ ଘଷି ହୁଅନ୍ତି
ଭାରି ଭଲ ହୋଇଥାନ୍ତା ଯଦି
ସୁନ୍ଦରୀଟି ହୋଇଥାନ୍ତି....୪
ହଜାରେ ଆଖିର ନଜର ମୁଁ ପାଇ
ନିଜେ ଧନ୍ୟ ହୋଇଯାନ୍ତି
ବେଣୀ ମୋ ହଲେଇ ସାରା ଓଡ଼ିଶାକୁ
ଚହଲାଇ ଦେଉଥାନ୍ତି
ବେଳକାଳ ଦେଖି ବୟଫ୍ରେଣ୍ଡ୍ ସବୁ
ବଦଳେଇ ଚାଲୁଥାନ୍ତି
ଭାରି ଭଲ ହୋଇଥାନ୍ତା ଯଦି
ସୁନ୍ଦରୀଟି ହୋଇଥାନ୍ତି.....୫
ଫୋଅନ ରିଚାର୍ଜ୍ କରିବାକୁ କିବା
ପଇସା ମୁଁ ସାରୁଥାନ୍ତି
ପୁଣି ଡ୍ରେସ୍ ଆଇଟମ୍ ଫେସ୍ଓ୍ଵାସ୍କ୍ରିମ୍
ଗିଫ୍ଟି କେତେ ପାଉଥାନ୍ତି
କିଏ ମୋତେ ଭଲ ପାଉକି ନ ପାଉ
ସେ କଥା ଭୁଲି ଯାଆନ୍ତି
ଯଦି ସୁନ୍ଦରୀ ହୁଅନ୍ତି
ପ୍ରେକ୍ଷାଳୟ ଭାବି ଶିକ୍ଷାଳୟକୁ ମୁଁ
ରୋମାନ୍ସ ପାଇଁ ଯାଆନ୍ତି।
ସ୍ମାର୍ଟ ସିଟି ସ୍ମାର୍ଟ ଲେଡି ମୁହିଁ କୋଉ
ଗୁରୁଙ୍କୁ ପୂଜା କରନ୍ତି
ବାପାମାଆ ମୁହେଁ ଚୂନକାଳି ବୋଳି
ବରଂ ଚମ୍ପଟ ମାରନ୍ତି
ଭାରି ଭଲ ହୋଇଥାନ୍ତା ଯଦି
ସୁନ୍ଦରୀଟି ହୋଇଥାନ୍ତି....୬
*********************
ହେ ଈଶ୍ୱର
ଏଇ କ'ଣ ସଂଜ୍ଞା ଏ ସୁନ୍ଦରୀଟିର?
ନାଇଁ ପ୍ରଭୁ ମୋତେ ଲାଗୁଛି ଏମିତି ଡର
କାଳେ ହେବି ଦୁଷ୍କର୍ମ ଶୀକାର
ତେଣୁ ଯଦି ସୁନ୍ଦରୀଟି ହୋଇଥାନ୍ତି
ବରଂ ପାଶ୍ଚାତ୍ୟକୁ ଭୁଲି ହିନ୍ଦୁ ନାରୀଟିର
ମମତାକୁ ବୁଝିଥାନ୍ତି
ସ୍ନେହ ଶ୍ରଦ୍ଧା ବାଣ୍ଟି ଚରିତ୍ରକୁ ମୋର
ସଦା ଅତୁଟ ରଖନ୍ତି
ଭାରି ଭଲ ହୋଇଥାନ୍ତା ଯଦି
ସୁନ୍ଦରୀଟି ହୋଇଥାନ୍ତି
ଭାବ ଭକତିର ଜ୍ଞାନେ ବୁଡି ରହି
ବଳଦେବଙ୍କୁ ଡାକନ୍ତି
ଭାରି ଭଲ ହୋଇଥାନ୍ତା ଯଦି
ସୁନ୍ଦରୀଟି ହୋଇଥାନ୍ତି.....୭
