ଯଦି ସୋସିଆଲ ମିଡ଼ିଆ ଆଗରୁ ଥାନ୍ତା
ଯଦି ସୋସିଆଲ ମିଡ଼ିଆ ଆଗରୁ ଥାନ୍ତା
ଯଦି ସୋସିଆଲ ମିଡ଼ିଆ ଗୁଡାକ
ଏ ଦେଶ ପରାଧୀନ ବେଳେ ଥାନ୍ତା,
ସେତେବେଳର ଯୁବକ
ଟ୍ରୋଲ କରି ଇଂରେଜଙ୍କୁ ପାଣି ପିଆଇ ଦେଇଥାନ୍ତା
ଜେନେରାଲ୍ ଓ ଭାଇସରଏ ମାନଙ୍କୁ
ଟ୍ୟାଗ୍ କରି କରି କନ୍ଦାଇ ଥାନ୍ତା
ସେମାନଙ୍କ ମେଞ୍ଚା ମେଞ୍ଚା
ମେମେ ବନାଇ ଭରପୁର ମଜା ନେଇଥାନ୍ତା
ଟ୍ୱିଟରରେ ଭାରତଛାଡ଼ ଆନ୍ଦୋଳନର
ସମୂହ ମାର୍ଚ୍ଚ ଆଗକୁ ବଢିଥାନ୍ତା
ଚେଞ୍ଜ ଡ଼ଟ୍ ଓ :ଆର୍ :ଜି ରେ ପୂର୍ଣ ସ୍ୱାଧୀନତା
ଦାବିର ସ୍ଵାକ୍ଷର ଅଭିଯାନ ଚାଲିଥାନ୍ତା
ଇନ୍ସଟାଗ୍ରାମରେ ସିପାହୀ ବିଦ୍ରୋହର
ଖାଲି କ୍ୟାନ୍ଡିଡ୍ ଫଟୋ ଅପଲୋଡ୍ ହୋଇଥାନ୍ତା
ହୁଆଟ୍ସ ଆପ୍ ଗ୍ରୁପରେ ଗୁପ୍ତ କଥୋପକଥନ
ସଂଗ୍ରାମୀ ମାନଙ୍କର ଆଗୁଆ ହଉଥାନ୍ତା
ଦେଶଦ୍ରୋହୀ ଓ ଚାଟୁକାରଙ୍କର
ଭାଇରାଲ୍ ଭିଡ଼ିଓ ପୁରା ଦେଶରେ ବୁଲିଥାନ୍ତା
ଭୟ ନୁହେଁ ପ୍ରତିଟି କଥାରେ
ଫିରଙ୍ଗି ମାନଙ୍କୁ ଚିଡ଼େଇ ହୋଇଥାନ୍ତା
ନେତାଜୀ ସୁଭାଷ ବୋଷଙ୍କ ପେଜ୍ କୁ
ସର୍ବାଧିକ ଲାଇକ ଓ କମେଣ୍ଟ ମିଳିଥାନ୍ତା
କିଛିଲୋକଙ୍କ ମନଇଚ୍ଛା ନିଷ୍ପତି ନୁହେଁ
ପବ୍ଲିକ ଓପିନିୟନ୍ ପୋଲ୍ ରୁ ଦେଶର
ମୁଡ୍ ସର୍ଭେ କରି ହୋଇଥାନ୍ତା
