STORYMIRROR

Sanuja Meghamala

Abstract

2  

Sanuja Meghamala

Abstract

ଯଦି ପାରିବ

ଯଦି ପାରିବ

1 min
151

ଯଦି ପାରିବ ଫେରେଇ ଦିଅ

ସବୁ ସ୍ଵପ୍ନ ମୋର

ଯାହା ତୁମକୁ ନେଇ ମୁଁ ଦେଖୁଥିଲି

ନୀଳ ଆକାଶ ର ଜହ୍ନ ରାଇଜରେ

ତାରାଙ୍କ ମେଳରେ ଠିକଣା ହଜେଇ 

ଫେରିବା ବାଟ ଯେ ଭୁଲିଗଲି

 ଉଜୁଡା ସ୍ଵପ୍ନ ର ଅବଶେଷ ଧରି

ନୀରବ ରେ ଖାଲି ଝୁରି ହେଲି


ଯଦି ପାରିବ ...ଫେରେଇ ଦିଅ 

ମୋ ଭରସା କୁ

 ତୁମକୁ ଦିନେ ମୁଁ କରିଥିଲି

ହାତ ଧରି ମୋର ବାଟ ଚଲେଇବ

ଯେତେ ଝଡ ଖଞ୍ଜା ଦୁର୍ଦ୍ଦିନ ଆସିଲେ

ସହିନେବ ସବୁ ମଥା ପାତି

ନିଜେ ପଚାରୁଛି ନିଜକୁ ଆଜି ମୁଁ

କାହିଁକି ଏମିତି ଭାବୁଥିଲି


ଯଦି ପାରିବ...ଫେରେଇ ଦିଅ 

ମୋ ବିଶ୍ବାସକୁ....

ଅନ୍ଧ ଭାବରେ ବିଶ୍ୱାସ ମୁଁ କରି

ଅମୃତ ବଦଳେ ବିଷ ପିଇ ଗଲି.

ବିଷ ପାନ କରି ମୀରା ତ ହେଲିନି

ଲୁହ ବଦଳ ରେ ଲହୁ ଝରାଇଲି

ଏକା ଏକା କେତେ ଲୁଚି ଲୁଚି

କେମିତି ପାରିବ ତମେ ବୁଝି


ଯଦି ପାରିବ ....ଫେରେଇ ଦିଅ

ସେହି ସମୟ କୁ

ଦିନ.. ମାସ ..ବର୍ଷ.. ମିନିଟ... ସେକେଣ୍ଡ

ଭଲ ପାଅ ଭାବି, ତୁମକୁ ଯେ ଦେଇ ଥିଲି

 ଏବେ ସବୁ ଯନ୍ତ୍ରଣା କୁ ଛାତିରେ ଚାପି 

ନିଜ ସହ ନିଜେ ସଂଘର୍ଷ...କରୁଚି

କେମିତି କହିବି.ଯେ......ତୁମ.. ପାଇଁ ମୋ

ବଞ୍ଚିବା ର ସଂଜ୍ଞା ବଦଳେଇ ଦେଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract