Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

3  

kahnu charan sahu

Abstract

ଯୌତୁକ ବ୍ୟାଧି

ଯୌତୁକ ବ୍ୟାଧି

1 min
273


ଜୀବନ ଆଉ ସପନର

ଅନ୍ୟ ଏକ ନୂଆ ଆଭାସ

ଯୌତୁକ...!


ହଁ ହଁ ଯୌତୁକ,

ଭାଙ୍ଗିଛି କେତେ ଆଶା

କୁଆଁରୀ ଆଖିର

ଭାଙ୍ଗିଛି ପୁଣି ଫୁଟିବାକୁ ସଜ ହେଉଥିବା 

ସୁନ୍ଦର ସଂସାର !


ଗାଆଁରୁ ସହର 

ରାଜରାସ୍ତାରୁ ରାଜଧାନୀ

ସବୁଠି ମାତାଲ ମଣିଷ

ଯୌତୁକ ନିଶାରେ !


ନା ବୁଝି ପାରୁଛି 

ଗରିବ ଆଖିର ଲୁହ

ନା ବୁଝିବାକୁ ଚେଷ୍ଟା କରିଛି

ଭୋକିଲା ବାପର କୋହ !

ଧ୍ବଂସ କରିଚାଲିଛି କେତେ 

ଆଶା, ହୃଦୟର ଭାଷା

କେତେ ଅଭିଳାଷ

କେତେକେତେ ହସ !


ଅଦିନିଆ ମେଘ ହୋଇ କେବେ

ବର୍ଷିଛି ଲାଲ ରଙ୍ଗର

ସେ ହୋଇପାରେ କାହା ଛାତିର ରକ୍ତ

ହୋଇପାରେ କାହା ଆଖିର ଅଶ୍ରୁ !


ବିବେକ ଶୂନ୍ୟ ମଣିଷ

ମାନବିକତାକୁ ମାରି ଅତ୍ୟାଚାର

କରି ଚାଲିଛି 

ଯୌତୁକ ଅସ୍ତ୍ରରେ ନିରୀହ ହୃଦୟ !


ଉଜାଡ଼ି ଦେଇଛି

କେତେ ହସିବା ସଂସାର

ବାସ୍ତବରେ ଏ ବ୍ୟାଧି ଖୁବ ଭୟଙ୍କର !!



Rate this content
Log in

Similar oriya poem from Abstract