STORYMIRROR

sasmita sarangi

Inspirational Others

4  

sasmita sarangi

Inspirational Others

ଯୌଥ ପରିବାର

ଯୌଥ ପରିବାର

1 min
264


ଯୌଥ ପରିବାରେ ବଢ଼ିଛି ମୁହିଁ ,

ଜେଜେ ବାପା ଜେଜେମାଙ୍କୁ ନେଇ ।୧ 


ବଡବାପା ଦାଦା ବଡମାଆ ଖୁଡି

ଜେଜେ ଖୋଲୁଥିଲେ ଗପର ପେଡ଼ି ।୨ 


ରହୁଥିଲୁ ଆମେ ଗୋଟିଏ ଘରେ

ଖାଉଥିଲୁ ଆମେ ଏକା ସାଙ୍ଗରେ ।୩


ଯାନି ଯାତରାରେ ଘର ଉଠଇ ପୁରି ,

କୁଣିଆ ମଇତ୍ର ଆସନ୍ତି ଭେରି ।୪ 


ସଞ୍ଜ ରେ ସଭିଏଁ ଏକାଠି ବସି ,

ପ୍ରାର୍ଥନା କରୁ ଭାଇ ଭଉଣୀ ମିଶି ।୫ 


ଖରାଦିନେ ଧରି ନିଜ ନିଜ ପଖାଳ କଂସା ,

ଖାଉ ଅଗଣାରେ, କରି ପାଗ ସରସା ।୬


କାଳ୍ପନିକ ସାଥେ ପୁରାଣ କଥା

ଭୂତ ପ୍ରେତ ଗପ କହୁଥିଲେ ପ୍ରପିତା ।୭


ରାଗ ରୁଷା ସହ ସୁଖ ଦୁଃଖ ରେ

ସାଥେ ରହିଥାନ୍ତି ଏକା ସାଙ୍ଗରେ ।୮ 


ସମୟ ସ୍ରୋତରେ ସବୁ ଯାଇଛି ହଜି ,

ଯୌଥ ପରିବାର ଲୋପ ପାଇଛି ।୯


ଶିକ୍ଷା ସଂସ୍କାର ଯେତେ ବଢିଲା ,

ଯୌଥ ପରିବାର ଭାଙ୍ଗି ଚାଲିଲା ।୧୦


ଯିଏ ଯାହାର ବାହାରେ ରହିଲେ ,

ସାନ ବଡ଼ ସମ୍ମାନ ସବୁ ଭୁଲିଲେ ।୧୧


ଦିନ ଦ୍ବିପହରରେ ଅଧ ରାତିରେ

ସୁଖେ ଦୁଃଖେ କେହି ନାହିଁ ସାଥିରେ । ୧୨


କୁଣିଆ ରହୁନାହାନ୍ତି ସାତ ଦିନିଆଁ ,

ନାହିଁ ଖଞ୍ଜା ନାହିଁ ଆଉ ରୋଷ ଚାଳିଆ ।୧୩


ଭାଇ ପାଖେ ଭାଇ ଆଜି କୁଣିଆ ପରି ,

ଅକାଳେ ସକାଳେ ଯାଏ ଦେଖା କରି ।୧୪ 


ଯୌଥ ପରିବାର ଆଜି ହେଲା ସପନ ,

ସବୁଥାଇ ଅଶାନ୍ତିରେ କଟେ ଜୀବନ ।୧୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational