ଯୌନ କର୍ମୀ
ଯୌନ କର୍ମୀ
ସମାଜ ଆଖିରେ ସେ ଘୃଣ୍ୟ ଅସ୍ପୃଶ୍ୟ
କାହିଁକି ? କେଉଁଥି ପାଇଁ ?
କଣ ଭୁଲ ତାର ? ଦେହକୁ ବିକିବା ?
ଆଉ କିବା ଅଛି ଥାଇ ?
ଚାଖଣ୍ଡେ ପେଟକୁ ଦାନା ଗଣ୍ଡେ ଦେବା
ଲାଗି କରେ କାର୍ଯ୍ୟ କିସ ?
ଯୌନଙ୍କାକ୍ଷୀ କାମ ମେଣ୍ଟି ବାକୁ ଭୋକ
କିବା ତାର ଅବଶୋଷ
ଜୀବନ ଜୀବିକା ଏକଇ କି ପନ୍ଥା
ନିଲାମ ନିଜ ଶରୀର ?
ଏଥି ଲାଗି ଦାୟୀ ସେ ? ଅବା କିଏକି?
ଅବା ନର ସମାଜ ର?
କିନ୍ତୁ , ହିଁ , ନାଇରେ ? ଉତ୍ତର ଆସଇ
ଆମ୍ଭେ ଦାୟୀ ମଧ୍ୟ ଜାଣ ?
ପ୍ରତ୍ୟକ୍ଷେ ପରକ୍ଷେ ଭାବରେ ଯୋଡ଼ିତ
ସଜେଇବାକୁ ଯୌନ ଗଣ ?
ଏମିତି ଅନେକ ଯୁବତୀରୁ ନାରୀ
ଗଣିକା ହୋଇ ଯାଆନ୍ତି ।
ବେଶ୍ୟା କୋଠୀ ଖଟେ ସୁନାଛି ପଲଙ୍କେ
ମାଳିସାହି ଶଯ୍ୟେ ଥାନ୍ତି ।।
ଘଣ୍ଟାରେ ହଜାର ମିଳଇ ବଜାର
ଦେହକୁ ସେ ବିକ୍ରିକରି ।
ଯନ୍ତ୍ରଣାରେ ପିଣ୍ଡ ହେଉଥାଏ ଦଣ୍ଡ
ଆଖି ଲୁହ ବୋହେ ଝରି ।।
ତା ପାଇଁ ସମାଜ ଅଛି ସୁରକ୍ଷିତ
ଯୌନଙ୍କାକ୍ଷୀ ନର ଠାରୁ ।
ରକ୍ଷକ ସାଜି ସେ ଭଗ୍ନୀ ମାଆ ରକ୍ଷେ
ଜୀଁଏ ନିତି ମରୁ ମରୁ ।।
ତଥାପି ଉପାୟ ନାହିଁ ପ୍ରତିକାର
ତା ପାଇଁ ସମାଜେ କିଛି ।
ଚାଖଣ୍ଡେ ପେଟକୁ ଦାନ ଦେବା ଲାଗି
ନିଶି ଦିନେ ମରୁଅଛି ।।