STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ଯୌବନ

ଯୌବନ

1 min
716


ନିଟୋଳ ଶରୀରରେ ଚିକ୍କଣ ଚର୍ମର ଆବରଣ

ଶାଗୁଆ ସାବଜା ତଟକା ପଣର ପ୍ଲାବନ

ପ୍ରାଣ ସୁଧା ରସର ଅବାରିତ ନିର୍ଝରଣ

ଦେହ ଓ ମନର ଡହକମୟ ଦହନ ଜ୍ୱଳନ

ପ୍ରେମ ଓ ପ୍ରଣୟର ମଧୁର ନିବିଡ଼ ବନ୍ଧନ!!

ଅସୁମାରି ସ୍ବପ୍ନର ଅଫୁରନ୍ତ ସମ୍ମେଳନ

ନିଦାଘେ ମନ୍ଦ ମଳୟର ସମୀରଣ

ପ୍ରଜ୍ଞାନ ବୁଦ୍ଧତ୍ବର ଅବାଧ ଉନ୍ମୀଳନ

ଚିନ୍ତା ଓ ଚେତନାର ଆଗ୍ନେୟ ସ୍ଫୁରଣ

ପ୍ରଚଣ୍ଡ ଶକ୍ତି ଶୌର୍ଯ୍ୟର ଅଦମ୍ୟ ଉତ୍ତରଣ!!

ଦୁର୍ବାର ଲାଳସା ପିପାସାର ଉଦ୍ଗୀରଣ

ବହୁ ଅକୁହା ପାପର ଅବାଞ୍ଛିତ ସଂଘଟନ

ନିଷିଦ୍ଧ ଉପତ୍ୟକାରେ ଆତ୍ମ ନିର୍ବାସନ

ସଂଗୋପିତ ଗୁଢ଼ ରହସ୍ୟର ଉନ୍ମୋଚନ

ଉତ୍ଥାନ ପତନ ଉତ୍ପତନ ଚକ୍ରର ଘୂର୍ଣ୍ଣନ!!

ଜୀବନର ଋତୁଚକ୍ରରେ ମଧୁମାସ ଯୌବନ

ନିରସ ବେରଙ୍ଗୀ ଜୀବନକୁ କରଇ ରଙ୍ଗୀନ

ଭରିଦିଏ ଶୂନ୍ୟତାରେ ପୂର୍ଣ୍ଣତାର ଉପାଦାନ

ଦେଇଯାଏ ଅଭିଜ୍ଞତା ଅନୁଭୂତିର ଗୁରୁ ଜ୍ଞାନ

ଯାହା ଚିରଦିନ ମନେଥାଏ ଅମଳିନ ଦୀପ୍ତିମାନ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract