STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଯୈାଥ ପରିବାର

ଯୈାଥ ପରିବାର

1 min
194


ସ୍ନେହ ଶ୍ରଦ୍ଧା ପ୍ରୀତି ନେଇ ହୁଏ ପରିବାର

ଭାଇ ଭଉଣୀ ବାପା ମାଆଙ୍କୁ ନେଇ ହସେ ଆମ ସଂସାର

ଯୈାଥ ପରିବାର ଆଉ ଦେଖିବାକୁ ମିଳୁ ନାହିଁ

ଧନ ସମ୍ପତ୍ତି ପାଇଁ ଘର ଯାଏ ଭାଗ ହୋଇ

ଛୋଟ ଛୋଟ କଥାରେ ମାନ ମନାନ୍ତର ହୁଏ

ନିଜ ଭାଇ ରକ୍ତ ସମ୍ପର୍କକୁ ଭୁଲି ଯାଏ

ପରିବାର ସାଥେ ରହିଲେ କେତେ ଖୁସି ଆନନ୍ଦ ମିଳେ

ପରିବାର ହସି ଉଠେ ଆମ ଏକତା ବଳେ

ପରିବାର ଲୋକ ହିଁ ଆମ ସାହା ଭରସା ହୁଅନ୍ତି

ଆମ ସୁଖ ଦୁଃଖରେ ଆମ ପାଖେ ସେ   

ସଦା ରୁହନ୍ତି

ଆମ ପରିବାର ଆମ ପାଇଁ ସରଗ ପୁର

ସଭିଙ୍କୁ ନେଇ ଗଢ଼ିଉଠିଛି ଆମ ପରିବାର

ସଭିଏଁ ସାଥେ ରହିଲେ ପ୍ରେମ ନୀତି ବଢ଼ି ଥାଏ

ଆମ ପିଲା ଆମ ପରିବାର ଆଦର୍ଶକୁ ଆପଣାଇ ଥାଏ

ଆମେ ଯଦି ପରିବାର ଠାରୁ ଅଲଗା ହୋଇବା

ଆମ ପରିବାର କଥା ଆମ ପିଲାଙ୍କୁ କେମିତି କହିବା

ବୈକୁଣ୍ଠ ସମାନ ହୋଇବ ଆମ ପରିବାର

ଆମେ ଯଦି ଏକାଠି ରହିବା ସ୍ନେହ ପ୍ରେମ ରଖି ନିରନ୍ତର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational