STORYMIRROR

Papu parida

Abstract Drama Others

3  

Papu parida

Abstract Drama Others

ଯାତ୍ରା

ଯାତ୍ରା

1 min
194

କିଛି ନୂଆଁ ଅନୁଭୂତି 

ଅଭୁଲା ସ୍ମୁରତି

ସାଉଁଟିବାର 

ଏକ ମାଧ୍ୟମ ଅଟଇ ଯାତ୍ରା।

କିଛି ନୂଆଁ ଅଭିଜ୍ଞତା

ନୂଆଁ ଅନୁଭବ

ଲଭିବାର

ଏକ ମାଧ୍ୟମ ଅଟଇ ଯାତ୍ରା।

ପ୍ରାକୃତିକ ଶୋଭାରେ

ନିଜକୁ ହଜାଇ 

ପ୍ରକୃତିସ୍ଥ ହେବାର

ଏକ ମାଧ୍ୟମ ଅଟଇ ଯାତ୍ରା।

ଐତିହ କୀର୍ତ୍ତିରାଜୀ

 ସଂସ୍କୃତି ପରମ୍ପରାରେ

ନିଜକୁ ହଜାଇ

ହଜିଯିବାର

ଏକ ମାଧ୍ୟମ ଅଟଇ ଯାତ୍ରା।

ଆନ୍ତରିକ ଶାନ୍ତିର ସନ୍ଧାନ

ନୈସର୍ଗିକ ତୃପ୍ତି

ପ୍ରାପ୍ତକରିବାର

ଏକ ମାଧ୍ୟମ ଅଟଇ ଯାତ୍ରା।

ବିଷାଦ ମନର ସନ୍ତୋଷ

ବିରସ ମନକୁ ରସାତ୍ମକ

କରିପାରିବାର

ଏକ ମାଧ୍ୟମ ଅଟଇ ଯାତ୍ରା।

ଜୀବନକୁ ନୂଆଁ 

ଢଙ୍ଗରେ ଜିଇଁବା

ପ୍ରତି ମୁହୂର୍ତ୍ତର ମହତ୍ତ୍ୱ

ବୁଝେଇବାର 

ଏକ ମାଧ୍ୟମ ହେଉଛି ଯାତ୍ରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract