STORYMIRROR

Pratima Satpathy

Drama

4  

Pratima Satpathy

Drama

ଯାତ୍ରା.

ଯାତ୍ରା.

1 min
287


ଯାତ୍ରା ରଙ୍ଗମଞ୍ଚ ରେ କଳାକାର ଟି 

   ଅଭିନୟ କରିଥାଏ

ହଜାର, ହଜାର, ଦର୍ଶକଙ୍କ ଆଖି 

   ତାହାରି ଉପରେ ଥାଏ.

ଦକ୍ଷ ଅଭିନୟ କଳାକାର ପରେ

   ଟଙ୍କା ଆଉ ତାଳି ମାଡ଼

ବୃଷ୍ଟି ହୋଇଯାଏ ଯାତ୍ରା ପେଣ୍ଡାଲ୍ ରେ 

   ଜିଣିଯାଏ ସତେ ଗଡ଼.

ମନୋରଞ୍ଜନ ର ବଳିଷ୍ଠ ମାଧ୍ୟମ

    ଅଟଇ ଯାତ୍ରା ପଡିଆ

ବସି ଦେଖୁଥିଲେ ଦୁଃଖ ଭୁଲିହୁଏ 

   ଯୋଗାଏ ବଞ୍ଚିବା ରାହା.

କଳାକାର ଅଭିନୟ ରେ ବାସ୍ତବ

   ଚରିତ୍ର ଉଠଇ ଫୁଟି

ଦୁଃଖ ଦୂର ହୋଇ ଦର୍ଶକ ମନରେ

      ବିକାଶେ ଆଶା ଫୁଲ ଟି

ହସ, କାନ୍ଦ, ଭରା, ଜୀବନ୍ତ ଚରିତ୍ର

   ଯାତ୍ରାରେ ଦେଖନ୍ତି ଲୋକ

ସିନେମା ରେ ପ୍ରତିଛବି ଚାଲିଥାଏ

   ଯାତ୍ରା ଅଟେ ବାସ୍ତବିକ.

କାହା ମନେ ଫୁଟେ ପ୍ରୀତିର କଦମ୍ବ

   ଲୁହରେ କେ ସ୍ନାନ କରେ

କଳାକାର ଟିଏ ଧ୍ରୁବ ତାରା ଅଟେ

   ଅଭିନୟ ଆକାଶରେ.

ମରିଗଲେ ସିଏ ଅମର ଯେ ରହେ

   ଦର୍ଶକଙ୍କ ହୃଦୟ ରେ.

ବାରମାସେ ତେର ଯାତ୍ରା ହେଉଥାଏ

   ପ୍ରଭୁଙ୍କ ନୀଳକନ୍ଦରେ.

ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ପରେ 

   ଘୋଷ ଯାତ୍ରା ହୋଇଥାଏ

ଜୀବନଟା ଏକ ଅଭିନୟ କ୍ଷେତ୍ର

   ଶେଷ ଯାତ୍ରା ରେ ଯେ ଯାଏ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama