ଯାତ୍ରା କଳାକାର
ଯାତ୍ରା କଳାକାର
କଳାର ପୂଜାରୀ କଳାକାର ଆମେ
କଳାକୁ ପୂଜୁଛି ନୀତି
ଏ ମଞ୍ଚରେ କେବେ କାନ୍ଦି ପକାଉତ
କେବେ ଦେଇଥାଉ ହସି !
ଏ ମଞ୍ଚ ଗଢିଛି କେତେ ବାପ ମାଆ
କେତେ ଶତ୍ରୁ ମିତ୍ର ଭାଇ
କେତେ ଯେ ପ୍ରେମିକା ଆସନ୍ତି ଯାଆନ୍ତି
ହିସାବ କେ ରଖି ନାହିଁ !
ହାତ ଧରି କେତେ ବିଭା ହୋଇଅଛୁ
ପିନ୍ଧାଇ ଶଙ୍ଖା ସିନ୍ଦୂର
କେତେ ସାଧବଙ୍କୁ କରିଛୁ ବିଧବା
ବୁହାଇ ରକତ ଧାର !
ଏତ ଅଭିନୟ ପଶାପାଲି ଖେଳ
କିଏ ହାରେ କିଏ ଜିତେ
ହାର୍ ଜିତ୍ ର କେ ହିସାବ ରଖେନା
ଏମିତି ଆମ ରାତି ବିତେ !
