STORYMIRROR

Santosh Kumar Nayak

Abstract Children

4  

Santosh Kumar Nayak

Abstract Children

ଯାତରା ଦେଖା

ଯାତରା ଦେଖା

1 min
343


କୁନିର ମୁହଁଟି ଯାଇଛି ଶୁଖି

କୁନି ଚାହେଁ ଯିବ ଯାତରା ଦେଖି

ବୋଉ ସାଥେ ବୁଲି

ରାମ ଦୋଳି ଝୁଲି

ଦେଖିବ ନାଟକ ଚନ୍ଦରମୁଖୀ ।।


ବୋଉର ବାଟକୁ ବସିଛି ଚାହିଁ

ବୋଉର ଏ ଯାଏଁ ଦେଖା ତ ନାହିଁ!

ମନ ତାର ଦୁଃଖ

କେହି ନାହିଁ ଲୋକ

ଯିଏ ନେବ ତାକୁ ମେଳା ବୁଲେଇ ।।


ଭାବୁଅଛି କୁନି ମନକୁ ମନ

ସଞ୍ଚିଅଛି ସିଏ ଯେତେକ ଧନ

କିଣିବ ସେ ଯାଇ

ସେଇ ଧନ ଦେଇ

ହାତୀ ଘୋଡ଼ା ଆଦି ଖେଳନାମାନ ।।


ବାପା ଥିଲେ ପାଖେ ହୁଅନ୍ତା ମଜା

ଫୁଙ୍କି ପେଏଁକାଳି ବଜେଇ ବାଜା

କାନ୍ଧରେ ବସେଇ

ନିଅନ୍ତେ ବୁଲେଇ

ଖୁଆଇ ଥାଆନ୍ତେ ମିଠେଇ ଖଜା ।।


ବାପା ତାର ଏବେ ଦୂର ଦେଶରେ

ବୋଉ କମ୍ପାନୀରେ ଚାକିରି କରେ

ଜଗି ଜଗି କୁନି

ଶୋଇଯାଏ ତୁନି

ବୋଉ ନିତି ଅଧ ରାତିରେ ଫେରେ ।।


ଶୋଇଗଲା କୁନି ପକାଇ ଶେଯ

ଯାତରା ଯିବାକୁ ହୋଇଲା ସଜ

ସପନରେ ହସି

ଦୋଳିରେ ସେ ବସି

ବାପା ବୋଉ ସାଥେ କଲା ମଉଜ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract