ଯାତନା
ଯାତନା
ଜୀବନେ କେତେ ସୁଖ ଦୁଃଖ ଆସୁଛି
ସବୁ ସହି ସହି ଦିନ ବିତି ଯାଉଛି
ଜାତନା କିଏ କେବେ ଜୀବନେ ଦେଉଛି
ନା କାହାକୁ କହି ହେଉଛି
ନା ପୁଣି ସହି ହେଉଛି
ଜୀବନ ଟି ସତ ରେ କେତେ ମୂଲ୍ୟବାନ
ହେଲେ ଶାନ୍ତି ଯଦି ନାହିଁ ବ୍ୟର୍ଥ ଲାଗେ ଜୀବନ
ମାନସିକ ଯାତନା ଭାରି କଷ୍ଟ ଦିଏ ମନକୁ
ଯିଏ ସହିଛି ଅନୁଭବ କରିଛି ବୁଝି ପାରଇ ତାକୁ
ଜୀବନ ଟା ଅଳ୍ପ ଦିନ ପାଇଁ ସଂସାର କୁ ଆସିଛି
ହେଲେ ଏଠି ଦୁଃଖ କଷ୍ଟ କେବେ କାହା ଠୁ ପାଇଛି
ଯଦି ହସ ଖୁସି କାହାକୁ ନ ଦେଇ ପାରିବା
ଜାତନା ଦେବା ନାହିଁ
ଦୁନିଆକୁ ଅତିଥି ହୋଇ ଆସିଛେ
ଭଲ ପାଇବା ସଭିଙ୍କୁ ଆପଣାଇ
କାହା ପ୍ରତି ରାଗ ହିଂସା ମନେ ରଖିବା ନାହିଁ
ଏଇ ଜୀବନ ଈଶ୍ୱର ଙ୍କ ଦାନ
ବଞ୍ଚିଥିବା ପ୍ରଭୁ ନାମ ନେଇ ।
