STORYMIRROR

Nihar Ranjan Acharya

Classics Others

3  

Nihar Ranjan Acharya

Classics Others

ଯାତ କଳାବାମନର

ଯାତ କଳାବାମନର

1 min
189


ରଥଖଳା ଠାରୁ ବଡ଼ଦାଣ୍ଡ ଯାଏ 

   ଲାଗିଛନ୍ତି ସେବାୟତ 

ବିଶ୍ବ ନିୟନ୍ତାଙ୍କ ରଥଯାତ ଲାଗି 

   ଚାଲିଅଛି ଯାତାୟତ   ।।


ଆଷାଢ଼ର ଶୁକ୍ଳ ଦ୍ବିତୀୟା ତିଥିରେ 

    ପହଣ୍ଡି କରି ଆସିବ 

ଅଗ୍ରଜ ଭଗିନୀ ଶେଷେ ତୁମେ ଆସି 

   ରଥାରୂଢ଼ ଯେ ହୋଇବ  ।।


ନୀଳାମ୍ବର ସାଥେ ହଳଦୀ ମୁଖୀକୁ 

    ସଙ୍ଗରେ ଧରି ଆସିବ 

ଜଗତର ନାଥ ଜଗନ୍ନାଥ ନାମେ 

    ହରିବୋଲ ଶୁଭୁଥିବ  ।।


ପତିତ ଜନର ଦୁଃଖ ନାଶିଯିବ 

    ଭାବରେ ରସ ଭରିବ 

ଅନ୍ୟାୟ ଅନୀତି ଦୂର ହୋଇଯିବ 

    ଭକ୍ତପ୍ରାଣ ହସୁଥିବ   ।।


ଛଳିଆ ଠାକୁର କି ଛଳ କରିଛ 

   ମହାମାରୀ ସାଧେ ଦାଉ 

ତୁମ ବଡ଼ ପଣେ ଭକ୍ତ ହୀନିମାନ 

   ଉଦ୍ଧାରିବ ମହାବାହୁ   ।।


ତାଳଧ୍ବଜ ସାଥେ ଦେବଦଳନ ଓ 

   ନନ୍ଦିଘୋଷ ଉଭା ହେବ 

ବଡ଼ଦାଣ୍ଡ ଶୋଭା ଉଠିବ ପଡ଼ିବ 

    ପ୍ରତି ଭକ୍ତ ଚିତ୍ତେ ଥିବ  ।।


ସତ୍ୟ ନ୍ୟାୟ ଧର୍ମ ସଂସ୍ଥାପନ ପାଇଁ 

    ତୁମ ଏହି ଘୋଷଯାତ 

ମାଉସୀ ଘରକୁ କେଡ଼େ ରଙ୍ଗେ ଯିବ 

    ରଖିବ ଭକ୍ତ ମହତ   ।।


ବାହୁଡା ଯାତରେ ବାହୁଡି ଆସିଲେ 

    ନୀଳକନ୍ଦରକୁ ତୁମ  

ମହାମାରୀକୁ ଯେ ବାହୁଡିବ ପ୍ରଭୁ 

    କରେ ଗୁହାରି ଅଧମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics