ଯାଇନି ତ ପ୍ରେମ ହୋଇ
ଯାଇନି ତ ପ୍ରେମ ହୋଇ


ସାଗର କୂଳରେ ଫଟୋ ମୁଁ ଉଠାଇ
ଦେଖିଲି ଘରକୁ ଆସି ।
ମୋର ପାଖେ ତୁମେ ଠିଆ ହୋଇ ସଖି
ଲାଗୁଥିଲ ଭାରି ଖୁସି ।।
ଉଠାଇ ଥିଲି ମୁଁ ଏକା ଏକା ଫଟୋ
କେମିତି ଏହା ଯେ ହେଲା ।
ମୋର ପାଶେ ଆସି ତୁମେ ଥିଲ ବୋଲି
ଜାଣି ମୁଁ ନଥିଲି ଭଲା ।।
ଦେଖିଲି ଫଟୋ କୁ ଲାଖିଗଲା ଆଖି
ମନ ବି ଆନନ୍ଦ ହେଲା ।
ସେଇ ସମୟ ରେ ବନ୍ଧୁ ମୋର ଆସି
ତୁମର ସନ୍ଦେଶ ଦେଲା ।।
କହୁଥିଲା ସିଏ ଅନ୍ୟ ସହରକୁ
ଯାଇଅଛ ତୁମେ ବୋଲି ।
ଦେଖିଲି ଫଟୋ ଟି ବାରମ୍ବାର ମୁହିଁ
ଏହି କଥା ଟିକୁ ଶୁଣି ।।
ଫଟୋ ଟିରେ ଆଉ ତୁମେ ଗୋ ନଥିଲ
ଏକା ବସିଥିଲି ମୁହିଁ ।
ପ୍ରଥମ ଥର ମୁଁ ସେଇ ଫଟୋଟିରେ
ତୁମକୁ ଦେଖିଲି କାହିଁ ।।
ସତରେ ଏମିତି କେମିତି ହୋଇଲା
ପାରୁନାହିଁ ଜାଣି ମୁହିଁ
ଏବେ ମୁଁ ଭାବୁଛି ତୁମ ସହ ମୋତେ
ଯାଇନି ତ ପ୍ରେମ ହୋଇ ।।