STORYMIRROR

AJIT KIMAR TRIATHY

Abstract

2  

AJIT KIMAR TRIATHY

Abstract

ଯାହା ମୁଁ ଦେଖୁଛି

ଯାହା ମୁଁ ଦେଖୁଛି

1 min
183

ତୁମେ ଯାହା ଦେଖ ତାହା ମୁଁ ଦେଖେନି

ଚର୍ମ ଚକ୍ଷୁ ଫେଇ କରି

ଦେଖୁ ଅଛି ଏଠି ମଣିଷ ପଣିଆ

ଦୟା,ଧର୍ମ,କେଉଁ ପରି

ମୁଁ ଦେଖୁଛି ଆଜି ମାନସ ପଟରେ

ଚଳଚିତ୍ର ଯେଉଁପରି

ମଣିଷ ଏଇଠି ରାକ୍ଷସ ହୋଇଛି

ପ୍ରଭୁ ଦାରୁ ବ୍ରହ୍ମଧରି

ଦୁନିଆ ହୋଇଲା ଲୋଭ,ମୋହ,ମାୟା

ସର୍ବେ ହେଲେ ସ୍ଵାର୍ଥ ପର

ଅନ୍ୟାୟ, ଅନୀତି ବଢିଲା ଦୁର୍ନୀତି

କଳି କାଳ ହେଲା ଘୋର

ତୁମେ ଯାଙ୍କୁ ଦେଖ ରାଜା ମହା ରାଣୀ

ଧରିଛନ୍ତି ଭାଗ୍ୟ ଡୋରି

ମୋଦୃଷ୍ଟିରେ ସିଏ ଆଖି ଥିଲେ ମଧ୍ୟ

ଧୃତରାଷ୍ଟ୍ର ଓ ଗାନ୍ଧାରୀ

ତୁମେ ଯାଙ୍କୁ ଦେଖ ସାଧୁ ଶନ୍ଥ ରୂପେ

ଧର୍ମ ଧ୍ଵଜା ଛନ୍ତି ଧରି

ମୁଁ ଦେଖେ ତାହାଁକୁ ଭଣ୍ଡ ଛଳନାର

ଛଦ୍ମ ଯତି ବେଶ ଧାରୀ

ତୁମ ଦୃଷ୍ଟିରେ ଯିଏ ଧର୍ମ ଅବତାରୀ

ମର୍ତ୍ତ୍ୟରେ ଜନମ କରି

ମୋ ଦୃଷ୍ଟିରେ ସିଏ କଂସ,ଦୁର୍ଯୋଧନ

ଦୁଃଶାସନ ଦୁରାଚାରୀ

ଦେଖୁଅଛି ମୁହିଁ ଚୋର,ଡକାୟତ

ନେତା ଙ୍କର ଦାଦାଗିରି

ମାନବିକତାର ହୋଇଲା ନିଶ୍ଚିହ୍ନ

ନର ହେଲା ପାପା ଚାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract