Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

2  

Niranjan Sahu

Inspirational

ଯାହା ଲେଖିଅଛି ଦଇବ

ଯାହା ଲେଖିଅଛି ଦଇବ

1 min
241



ଜୀବନ ର ଏଇ ରଙ୍ଗ ମଞ୍ଚରେ

      ପ୍ରତିଦିନ ଅଙ୍କ କସୁଛେ

କେବେ ମିଶାଣ କେବେ ଫେଡାଣ କରି

      ଗୁଣନ ହରଣ କରୁଛେ ।


ମରୀଚିକା ପଛେ ଦଉଡି ଦଉଡି

      ପଥଭ୍ରଷ୍ଟ ଆମେ ହେଉଛେ

ଶାନ୍ତି ଟିକିଏ ପାଇବା ପାଇଁକି

       ଅଶାନ୍ତିରେ ଦିନ କାଟୁଛେ ।


ଲୋଭ ମୋହ ମାୟା ପଛରେ ଗୋଡେଇ

          ଖାଲି ଛଟପଟ ହେଉଛେ

ମୋର ମୋର କହି ଜୀବନଟା ସାରା

          ନିରାଶ ରେ ବଞ୍ଚି ରହୁଛେ ।


ସକାଳ ପରେ ସଞ୍ଜ ଆସିବ

      ସଞ୍ଜ ପରେ ରାତି ଆସିବ

ଜୀବନ ଚକ୍ରଟି ସମୟରେ ବନ୍ଧା

      ସମୟ ହିସାବ କରିବ ।


ଜୀବନଟା ଅଟେ ଅମୂଲ୍ୟ ସମ୍ପଦ

       ଏକଥା କୁ ଟିକେ ହେଜିବ

ଜନମ ହେଲେ ମରଣ ମିଳିବ

       ଏକଥା ଅନ୍ୟଥା ନୋହିବ ।


ଯେତିକି ବି ଅଛି ଯାହା ବି ଅଛି

     ସେତକିରେ ଖୁସିହୋଇବ

ଜୀବନଟା ନିଶ୍ଚେ ସେ ସବୁ ଭୋଗିବ

       ଯାହା ଲେଖିଅଛି ଦଇବ ମ



Rate this content
Log in

Similar oriya poem from Inspirational