ଯାହା କରିବୁ ତାହାହିଁ ପାଇବୁ
ଯାହା କରିବୁ ତାହାହିଁ ପାଇବୁ
ଧନ ଯୌବନ ରହିବକି ପାଶେ,
ହେବୁତୁ ଅମଡା ଭୂଇଁ
ମଡ଼ା ମଡ଼ା ବୋଲି କହିବେ ସଭିଁଏ
ଗୋବର ପକେଇ ।
ସ୍ୱାର୍ଥପର ହୋଇ ରଖିଛୁ ସଂଗରେ
ଶହଶହ ଏକର ଭୂଇଁ
ଶେଷେ ଦରକାର ଛଖଣ୍ଡ କାଠ ଅବା
ଛଅ ହାତ ଜାଗା ତହିଁ ।
ଆସିଅଛୁ ଏକା ଯିବୁହିଁ ଏକା ଶୂନ୍ୟ
ଥିବ ତୋ ହାତରେ
କହୁଅଛୁ ଖାଲି ମୋର ମୋର, ଏ
ଅଳିକ ଜୀବନରେ ।
ଯିଏ ରାମ, ସିଏ ଶ୍ୟାମ, ସେହି
ଯୀଶୁ, ସେ ଇଶ୍ୱର
ସେହି ତ ଆଲ୍ହା, ଦୃଷ୍ଟି ଖାଲି ଭିନ୍ନ
ଭିନ୍ନ ମଣିଷ ଭିତର
ପାଇବକି ସତ୍ତା ଇଶ୍ୱରଂକର, ହେଉ
ଘର ଅବା ମନ୍ଦିର
ଆତ୍ମ ଗର୍ବେ ଉଚ୍ଚ ଜାତି, ଉଚ୍ଚ ଧର୍ମ
ଭାବନା ହିଁ ମଣିଷର ।
କାହିଁକି ବୁଝ ନାହିଁ ସମତାର ଧାରା
ଅନ୍ୟକୁ ଘୃଣା କର
ଅନ୍ଧତ୍ୱ ଭିତରେ ରହି, ମୋ ଦିଅଁ ବଡ
ବୋଲି କର ବିଚାର ।
ଏକ ଜାତି ମାନବ ଜାତି, ପ୍ରେମଧାରା
ମନ୍ତ୍ର ସବୁ ଧର୍ମର
ପାଇଛୁ ଶ୍ରେଷ୍ଠ ମନୁଷ୍ୟ ଜନମ, ଶ୍ରେଷ୍ଠ
କରମ ସବୁ କର ।
କିଆଁ ନେଉ ପଶୁତ୍ୱର ଉଗ୍ର ରୂପ ଦ୍ୱାହି
ଦେଇ ଧରମର
ଯାହା କରିବୁ ତାହାହିଁ ପାଇବୁ, ଭୁଲୁଛୁ
କିଆଁ ମହତ୍ୱ ଏ ତତ୍ତ୍ୱର ।
ବୋଲାଉ ଶିକ୍ଷିତ ନାହିଁତ ତୋହର ମନ
ମଧ୍ୟେ ଭକ୍ତି ଭାବ
ହୁଅ ବାହୁବଳୀ, ଧନରେ କୁବେର, ଭାବୁ ବଡ଼,
ସଙ୍ଗେ କିଛି ନରହିବ ।