ଯାହା କହିଥିଲି
ଯାହା କହିଥିଲି
ଯାହା କହିଥିଲି ତାହା କରିଦେଲି
କେତେ ଲୋକ ଜଳିଲେଣି
ମୋ ଭାରତବାସୀ ଖୁସିରେ ହସନ୍ତି
କେତେ ଲୋକ କାନ୍ଦିଲେଣି
370ଧାରା ଉଠେଇଲି ବୋଲି
କେତେ କଥା କହିଲେଣି
ଯିଏ ଯାହା କହୁ ମୋହର ଢୋ
ଧାରା ତ ଉଠିଗଲାଣି
କାଶ୍ମୀର ଆଜିଠୁ ଆମର ହୋଇଲା
ବିଶ୍ୱବାସୀ ହେଲେ କାବା
ପଡୋଶୀ ଦେଶ ଟା ବିଦାରୀ ହେଉଛି
ମିଛରେ ମାରୁଛି ଡ଼ାବା
ଏମିତି କରିବି ସେମିତି କରିବି
ମନେ ମନେ ଗୁଡ଼ ଖାଉଛି
ଭାବିଅଛି ବୋଧେ ଭାରତ ଆମର
ହାତରେ ଚୁଡ଼ି ପିନ୍ଧିଛି
ଜାଣିନାହିଁ ସିଏ ଭାରତର ବଳ
ତେଣୁ ସେ ଫୁଟାଣି ମାରୁଛି
ଚୁପ ଚାପ ଆମେ ସବୁ ଶୁଣୁ ଅଛୁ
କାରଣ ଭାରତ ଶାନ୍ତି ଶୀଳ
