STORYMIRROR

Niranjan Sahu

Inspirational

4  

Niranjan Sahu

Inspirational

ଯାହା କହିଥିଲି

ଯାହା କହିଥିଲି

1 min
354

ଯାହା କହିଥିଲି ତାହା କରିଦେଲି

କେତେ ଲୋକ ଜଳିଲେଣି

ମୋ ଭାରତବାସୀ ଖୁସିରେ ହସନ୍ତି

କେତେ ଲୋକ କାନ୍ଦିଲେଣି


370ଧାରା ଉଠେଇଲି ବୋଲି

କେତେ କଥା କହିଲେଣି 

ଯିଏ ଯାହା କହୁ ମୋହର ଢୋ

ଧାରା ତ ଉଠିଗଲାଣି


କାଶ୍ମୀର ଆଜିଠୁ ଆମର ହୋଇଲା

ବିଶ୍ୱବାସୀ ହେଲେ କାବା

ପଡୋଶୀ ଦେଶ ଟା ବିଦାରୀ ହେଉଛି

ମିଛରେ ମାରୁଛି ଡ଼ାବା


ଏମିତି କରିବି ସେମିତି କରିବି

ମନେ ମନେ ଗୁଡ଼ ଖାଉଛି

ଭାବିଅଛି ବୋଧେ ଭାରତ ଆମର

ହାତରେ ଚୁଡ଼ି ପିନ୍ଧିଛି


ଜାଣିନାହିଁ ସିଏ ଭାରତର ବଳ

ତେଣୁ ସେ ଫୁଟାଣି ମାରୁଛି

ଚୁପ ଚାପ ଆମେ ସବୁ ଶୁଣୁ ଅଛୁ

କାରଣ ଭାରତ ଶାନ୍ତି ଶୀଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational