STORYMIRROR

Nirmala Nayak

Tragedy Fantasy Children

3  

Nirmala Nayak

Tragedy Fantasy Children

ଯାହା କହି ହୁଏନା

ଯାହା କହି ହୁଏନା

1 min
251

ଏମିତି ଅନେକ କଥା

ଯାହା କହି ହୁଏନା

କି ସହି ହୁଏନା |

'ସ୍ମୃତି' ର କିତାବରେ

ହୃଦୟ ର ସ୍ପନ୍ଦନରେ

ଦିନ 'ର କୋଳାହଳରେ

ରାତି ର ନିସ୍ତବ୍ଧ ପ୍ରହରରେ

'ପଥର 'ର ପାହାଡ଼ ଗୁମ୍ଫାରେ

'ଏମିତି ଅନେକ କଥା

ଯାହା କହି ହୁଏନା !

'ବାଲ୍ୟକାଳ'ର ଲୁଚକାଳି

ବହୂ ବୋହୂକା ଖେଳ

"ଯୌବନ"ର ପ୍ରେମର ବନ୍ୟା

ଆକାଶେ ଉଡିବାର ସ୍ବପ୍ନ

"ବାର୍ଦ୍ଧକ୍ୟ" ର ନିଷ୍ଠୁର

ବନ୍ଧନ ର 'ଜୁଆର'-- ଭଟ୍ଟା

'ସମ୍ପର୍କ' ର ଭଲ ପାଇବାର

ସୁଦୁଢ ନିବିଡ଼ତା --

'କୁଆଁରୀ' ଜୀବନର .

ବସନ୍ତ ରାଗିଣୀ

ଏମିତି ଅନେକ କଥା

ଯାହା କହି ହୁଏନା ||

ଅତୀତର 'ଇତି' କଥା

ପ୍ରତ୍ୟେକ ମୁହୂର୍ତ୍ତର ବ୍ୟଥା

ମନ ଖୋଜେ ଆକାଶର

'ପୂର୍ଣ୍ଣିମା' ର 'ଜହ୍ନ' ଭିତରେ

'ଅମାବାସ୍ୟା' ର 'ତାରା' ଭିତରେ

ସୂର୍ଯ୍ୟୋଦୟ ର ଆଲୋକ ଭିତରେ

ସେ ସବୁ ସ୍ମୁତି --

ଅଭୁଲା କିମ୍ବଦନ୍ତୀ ---

ଏମିତି ଅନେକ କଥା

ଯାହା କହି ହୁଏନା  ।


Rate this content
Log in

Similar oriya poem from Tragedy