STORYMIRROR

Sunanda Mohanty

Abstract Drama Classics

4  

Sunanda Mohanty

Abstract Drama Classics

ଯାଦୁ

ଯାଦୁ

1 min
246


ଚକ୍ଷୁ ବନ୍ଧନ ହାତ କୁହୁକ

ହାତ ସଫେଇ ଯାଦୁବାହାକ

ଯାଦୁଗର ଯାଦୁର ନାୟକ

ଗୋବର ପାଣିରୁ ଫୁଲମାଳ

କୁକୁଡ଼ା ଶୁଆ ହୁଏ କାକତାଳ

ଝିଅଟିର ଉଭାନ ବିସ୍ମିତ ଦର୍ଶକ

ଗ୍ୟାଲେରୀରୁ ଆବିର୍ଭାବ ପୁଲକ

ଘଣ୍ଟା ଛେଚା ହୋଇ ହୁଏ ଚୁନା

ମିଳେ ସେହି ଘଣ୍ଟା ଦର୍ଶକ ଆନମନା

ସର୍ବଶ୍ରେଷ୍ଠ ଯାଦୁଗର ଜଗନ୍ନାଥ

ପ୍ରକୃତି ଭିତରେ କେତେ କେ ସମର୍ଥ

କରି କରାଉଥାନ୍ତି ପରମାର୍ଥ

ଗଛରୁ ଫଳ ମଣିଷ ବଳ

ଋତୁ ପରି କେତେ କପିକଳ

ନଦୀ ହ୍ରଦ ସମୁଦ୍ରର ଜଳ କଳକଳ

ମହାନାୟକ ଖଞ୍ଜିଛନ୍ତି ପକ୍ଷୀ ଯୁଗଳ

ଆକାଶରେ ତାରାଫୁଲ ମହୀରେ ସ୍ଥଳ

ବର୍ଷା ବାରିଦ ଭିତରେ ବଉଦ ଦି ଫାଳ

କେବେ ଜନ୍ମ ମରଣ ଦେଖି ବେଳକାଳ

ଦିନ ବାର ମାସ ବର୍ଷ ଖେଳ

ଖେଳି ଖେଳି ମହାପ୍ରଭୁ ମହାନାୟକ

ଯାଦୁ ଛଡିରେ ସୃଷ୍ଟି ଓ ଦୃଷ୍ଟି ପଲକ

ପ୍ରକୃତି ରୂପକ ଯାଦୁ ଭାରେ ଭରି ଗୋଲକ

ଦେଇଛନ୍ତି ଯାଦୁ ଶକ୍ତି ବୁଦ୍ଧି ବିବେକ

ମହାମାରୀ ବନ୍ୟା ବାତ୍ୟା ପରି ଅନେକ

ମଣିଷର କ୍ଷୟ ଯେବେ ଯାଦୁ ଅମାନବିକ

ହସୁଥାନ୍ତି ମହାବାହୁ ଚକ୍ଷୁ ଅପଲକ

ଯାଦୁଗର ଯାଦୁ ତୁମର ରକ୍ଷାକର ରକ୍ଷକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract