STORYMIRROR

DR PRASANTA KUMAR BISWAL

Classics

4  

DR PRASANTA KUMAR BISWAL

Classics

ଯାଅ ନାହିଁ ଅପସରି

ଯାଅ ନାହିଁ ଅପସରି

1 min
167


ଜଗତର ନାଥ ଜଗତେ ବିଦିତ

   ଜୟ ହେ ବିଶ୍ବ ଜୀବନ

ତୁମରି ଇସାରେ ସାରା ଏ ସଂସାରେ

    ଗତିଶୀଳ ଏ ଭୁବନ।


ଅନ୍ତରୁ ସର୍ଜନା ଭ୍ରମରୁ ମାର୍ଜନା

    ପ୍ରଭୁ ତୁମରି ଭିଆଣ

ଋତୁ ଆବର୍ତ୍ତନେ ପ୍ରକୃତି ଚିତ୍ରଣେ

    କର ମାନବ କଲ୍ୟାଣ ।


ଦୂରୁ ଝର ନାଦ ଆଷାଢେ ନୀରଦ

   ଆହ୍ଲାଦେ ଭରଇ ମନ

ପ୍ରଭାତେ ଅରୁଣ ଶରତର ଜହ୍ନ 

   ସବୁଠି ତୁମରି ଚିହ୍ନ।


ତୁମ ମଧୁ ଝର ବୁଝେନା ପାମର

   ଦୁଃଖେ ହୁଏ ହୀନିମାନ, 

ଭୌତିକ ବସ୍ତୁରେ ସୁଖର ପ୍ରାପ୍ତିରେ

   ବିଚରେ ସାରା ଜୀବନ।


ଷଢ ରୀପୁ ସାଥେ ଇନ୍ଦ୍ରିୟ ସଂଯୁକ୍ତେ

    ବିକଳ ତୁମ ସନ୍ତାନ,

ମାୟାରେ ଭ୍ରମଇ ଅପଥେ ଚଳଇ

   କାହିଁ ନକର ବାରଣ।


ମୋର ଅପରାଧେ ବିତେ ଅବସାଦେ

   ଶରଣ ଗଲି ତୁମରି,

ଅନାଥର ନାଥ ଆହେ ଜଗନ୍ନାଥ 

   ଯାଅ ନାହିଁ ଅପସରି।


ଯାହା ଅରଜିଲି ତାହା ଅରପିଲି

  ଘେନା କର କଳାମୁଖ,

ପାପି ମୁହିଁ ବୋଲି ଦିଅ ନାହିଁ ଠେଲି

ରଖ ପ୍ରଭୁ ହେ ଶ୍ରୀମୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics