ଯା' ର୍ ମା ନାଇଁ ତାର୍ ନାଁ ନାଇଁ
ଯା' ର୍ ମା ନାଇଁ ତାର୍ ନାଁ ନାଇଁ
ଆଏଜ୍ ଖାଲି ମାତୃ ଦିବସ୍ ବୋଲି ନୁହେଁ ସେ ଗୋ ମାଆ
ତୁଇ ତ ସବୁବେଲେ ଅଛୁ ଆର୍ ଥିବୁ
ମୋର୍ ମନ୍ ଭିତରେ
ଇ ନିଶାସ୍ ଚାଲୁ ଥିବାର୍ ତକ୍ l
ତୋତେ ଖୁଜୁଥିସି , ନୁରୁଥିସି
ଦୂଖ୍ , ସୁଖ୍ ସବୁବେଲେ ..l
ଦୂଖେ ନୁରସି ...
ତୁଇ ଥିତୁ ବଏଲେ
ଗୁହାରୀ ଥିତି ଘାଏ ମୋର୍ ଦୂଖ୍..
ଆର୍ ସୁଖେ ଭାବସି
ତୁଇ ଥିଲେ କେଡେ ଉଷତ୍ ହେଉଥିତୁ
ଦୁଇ ଗୁନ୍ ହେଇ ଯାଏତା ମୋର୍ ସୁଖ୍ l
ଏଭେ ବି ଭାବସି...
ଫିରି ଆଏତା ସେ ଖରା ଦିନ ର୍ ବେଲ୍ ବୁଡା
ତୁଇ ଗାଧି କରି ହେନ୍ତା ଆଏତୁ
ଆର୍ ...ମୁଇଁ ତୋର୍ ଉଦା ପନତ୍ ଥି..
ଗୁରେହି ହେତିଁ , ମୁହୁଁ ପୁଛତିଁ ା
ଏଭେ ବି ହେତଉ ଥିସି ...
ଆଏଖ୍ ମୁଜି କରି ମନେ ମନେ ଛିଉଁ ଥିସି ତୋତେ l
ଭାବନା ଥି ହେଉ ପଛେ ....
ତୋର୍ ଉଦା ଶାଢୀ ର୍ ବନ୍ଧ ର୍ ବାସନା ଥି
ମହକି ଯାଏସି ମୁଇଁ l
ତୋର୍ ବିନୁ ଆର୍ କିଏ ଅଛେ ଭାଏଲ୍ ..
କଧରି କରି କି ଋଷି କରି ନାଇଁ ଖାଏଲେ...
ମା ,ଧନ କହି ଖୁଏଇ ଦେବାର୍ କେ ...
ଖାଏବୁ ତ ଖା ' ନାହେତ ନାଇଁ ...
ତୋର୍ ବିନା ପେଟ୍ କି ମନ୍ କିଏ ଚିହ୍ନି ପାରବେ ଭାଏଲ୍ l
ମୋର୍ ଯିବାର୍ ସମିଆ କେ ବାଟେ ଜୁଗି ଥିବାର୍
ତୋର୍ ଆଏଖ୍ ଦୁହିଟା କେ...
ସୋର୍ ପଡୁଥିସି ଗୋ ମାଆ l
ଆଏଲା ବେଲ୍ କେ କାନେ ପିଟି ହେଉଥିସି ତୋର୍ କଥା ପଦକ...
ଆର୍ ଦୁଇ ଦିନ୍ ନାଇଁ ରହେଲୁ ନୁନୀ "
ହେତାଲେ ହେଲେ କାଁ କରମି ଗୋ ମାଆ ....
ତୁଇ ତ ତୁମ୍ ପଡି ଦେଲୁ ସବୁ ଦିନର୍ ଲାଗି l
ହେଲେ ବି ମନ୍ ଟା ବଡା ଅବୁଝ୍ ହେସି ,
ଛିଡି ପଡସି କଲଜା...,
ଆର୍ ଘାଏଁ ସେ ସମିଆ ଫିରତା କାଏଁ ବୋଲି ...l
କେନ୍ତା ବୁଝାମି ଯେ......
ବୁଝାବାର୍ ଲାଗି ତ ତୁଇ ଆର୍ ନାଇଁ ନ ll
