STORYMIRROR

Pramod Kumar Jena

Inspirational

3  

Pramod Kumar Jena

Inspirational

ଯା’ ଗିଳି ଯା’

ଯା’ ଗିଳି ଯା’

1 min
367

ଟଙ୍କା ପାଞ୍ଚଟାରେ    ଭାତ ଡାଲି ଖାଇ

ଶୁଅରେ ଓଡିଆ ପୁଅ

ବାକି ଟଙ୍କା ସବୁ      ସାଇତି ରଖିଲେ

ଯଉତୁକ ନେବ ଝିଅ (1)


ହଳ କାମ କରି       ମିଛରେ କାହିଁକି

ଦେହରୁ କାଢିବୁ ଝାଳ

ଆଖି କାନ ବୁଜି ଭୋଅଟଟା ଦେଲେ

ଟଙ୍କାରେ କିଲେ ଚାଉଳ (2)


ଆଗକୁ ବଢିବା        ଦରକାର କଣ

ତୁଚ୍ଛାଟାରେ ଝନଝଟ

ପୁଅ ଝିଅମାନେ      ମୂରୁଖ ରହିଲେ

ଦେବେରେ ତାଙ୍କୁ ଭୋଅଟ (3)


ଭିକାରୀଙ୍କ ଭଳି       ମାଗୁଥିବୁ ଯଦି

ସାଙ୍ଗେ ନେଇ ପୁଅ ନାତି

ଚଉଦ ପୁରୁଷ         ଆଗକୁ ଯିବେନି

ରହିଥିବେ ହାତ ପାତି (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational