STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଯା ଦେବୀ ସର୍ଵଭୂତେଷୁ

ଯା ଦେବୀ ସର୍ଵଭୂତେଷୁ

1 min
416


ବୋଉ!

ତୁ ମନେ ପଡୁ

ମୋ ଝିଅକୁ

ସାତ ଥର 

ଖଇ, କଦଳୀ,ନଡିଆ

ଜହ୍ନି,କାକୁଡି,ଖଣ୍ଡୁକୁଳା କୋଳି

ଏମିତି ସୁନା ଆଞ୍ଜୁଳି ଟେକେ

ଶିଖାଇଲା ବେଳେ

ତୁ ଯେମିତି ମୋତେ କହୁଥିଲୁ

"ପାହାନ୍ତି ପହରୁ ଉଠି ପଡ଼ ଧନ"

ସୂର୍ଯ୍ୟ ଉଇଁବା ପୂର୍ବରୁ

ଆଞ୍ଜୁଳି ଟେକା ସାରି ଦେ ମା"

ତୋତେ ଖୋଜେ 

କୁଆଁର ପୁନେଇଁ ଜହ୍ନ ଗୋ

ଫୁଲ ବଉଳ ବେଣୀ ଗୀତରେ

ଯାହା ଆଜି ଲୁପ୍ତ ପ୍ରାୟ।


ଶରତ ଆକାଶର ସନ୍ଧ୍ୟା

ତୋଫା ଜହ୍ନର ସୋଋଷ ଫୁଲିଆ ମୁହଁ

ଖଇ ଦହି ନଡିଆ, ଛେନା ପକା

ଚାନ୍ଦ ଚକଟା 

ବୃନ୍ଦାବତୀ ମୂଳେ 

ପୂଜା କରିବାକୁ ନନା 

ଆସିବା ଉଛୁର ଜାଣି

ତୋ ବ୍ୟସ୍ତତା

ଭୋଗ ସରୁ ସରୁ ଜହ୍ନି କାକୁଡିରେ

ଦାନ୍ତ ଘଷା ପାଇଁ

ତୋ ତତ୍ପରତା

ମୁଁ ଏବେ ବି ଅଣ୍ଡାଳେ

ମୋ ଭିତରେ ତୋତେ ଲୋ ବୋଉ।


ବୋଉ ଲୋ

ତୋ ଝିଅ ଆଜି ପାଇଛି

ମାତୃତ୍ୱ ସନ୍ଧାନ

ଭୁକ୍ତ ଭୋଗୀ ମୁଁ 

ମା ହେଲା ପରେ

ତୋ ଅଧାଜଳା ସିଗାରେଟର

ଧୁଆଁଳିଆ ଜୀବନ ଓ ଜ୍ବଳନ

ତୋ ବସୁନ୍ଧରା ପରି

ସର୍ବଂ ସହା ଜୀଇଁବା ଓ ପୀଡା 

ଜୀବନ୍ତ ଆଗ୍ନେୟଗିରିର ଲାଭାରେ

ତୁ କେମିତି ଭାଜୁଥାଉ ତୋ ମନ ଦେହ

ପ୍ରତିଦିନ କେମିତି

ଆଷାଢ଼ ଶ୍ରାବଣ

ତୋ କାନି ତିନ୍ତାନ୍ତି।


ତୁ ତୋର ତୁଳନା ବୋଉ

ସ୍ବପ୍ନରୁ ସମ୍ଭାବନା ଯାଏ

ମାଟିରୁ ଆକାଶ 

ସମସ୍ତ ଶେଷରୁ

ତୁ ଆରମ୍ଭ

ତୋଠୁ ହସ,ଖୁସି,ଆନନ୍ଦ

ଜିଜ୍ଞାସା

ସେହ୍ନ,ପ୍ରେମ,ମମତା

ସମ୍ପର୍କର ବସୁଧା ଟିଏ ତୁ

ତୁ ପାପୋଛ

ଝାଡୁ

ତୁ ଯା ଦେବୀ ସର୍ବ ଭୂତେଷୁ

ଶକ୍ତି,ସୃଷ୍ଟି,ସ୍ଥିତି ଓ ପ୍ରଳୟ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational