STORYMIRROR

MADHU MITA

Abstract

3  

MADHU MITA

Abstract

ଉତ୍ତର

ଉତ୍ତର

1 min
11.3K

ଆଇନା ଉପହାସ କଲେ..

ଆଉ ବୁଝେଇବ କିଏ!!

ଛାଇ ଯେବେ କଷ୍ଟ ଦିଏ..

ଆଉ ସମ୍ଭାଳିବ କିଏ!!

ପଥ ଯେବେ ଅବାଟରେ ନିଏ..

ରାସ୍ତା ଦେଖେଇବ କିଏ!!

ଆଖିପତା ଯେବେ ଲୁହ ଦେଇଯାଏ..

ତାକୁ ବା ପୋଛିବ କିଏ!!

ପର କେହି ସିନା ମନ ନ ବୁଝିଲେ..

ଆପଣା ମନ ବୁଝାଏ..

ଆପଣା କେହି କ୍ଷତ ଦେଇଦେଲେ..

ତାକୁ ବା ଭରିବ କିଏ!!

ସୂର୍ଯ୍ୟ ଯଦି ଅନ୍ଧାର କରେ..

ଆଲୋକ ଦେବ ବା କିଏ!!

ନଦୀ ଜଳ ଯଦି ତୃଷା ଦେଇ ଯାଏ...

ଶୋଷ ମେଣ୍ଟେଇବ କିଏ!!

ଭବସାଗରରେ ତୁ ନ ରଖିଲେ..

କହ ବା ରଖିବ କିଏ!!

ଅନ୍ତର୍ଯାମୀ ହୋଇ ମନ ନ ବୁଝିଲେ..

ଆଉ ବା ବୁଝିବ କିଏ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract