STORYMIRROR

Lipsa Acharya

Abstract Others

3  

Lipsa Acharya

Abstract Others

ଉତ୍ତର ଦିଅନା

ଉତ୍ତର ଦିଅନା

1 min
339

ଦେଖ କେତେ ମୁକ୍ତ ମୁଁ,

ନାହିଁ ବିଦ୍ଯାଳୟର ଚାରିକାନ୍ଥ

ନା ଅଛି ବସ୍ତାନୀ ବୋଝ

ନା ଶିକ୍ଷକଙ୍କ ନାଲି ଆଖି ।

ସ୍କୁଲ୍ ସମୟରେ ବି

ଖୋଲା ଆକାଶ ତଳେ

ସାଗର ବକ୍ଷରେ ଖେଳୁଚ୍ଥି ।

ଆଶ୍ଚର୍ଯ୍ଯ ହଉଚ୍ଥ ନା ...

ମୋ କରାମତି ଦେଖି ।

ମୁଁ ପରା ନୋଳିଆ ବସ୍ତିର ପିଲା

ବସୁଧାରେ ପାଦ ଦେଲା ମାତ୍ର

ଅଶାନ୍ତ ବରୁଣର ଉଚ୍ଚ ଲହଡିର ଶବ୍ଦ ଶୁଣିଚ୍ଥି ।

ବାପା ଡଙ୍ଗା ନେଇଯାଇଚ୍ଥନ୍ତି

ରତ୍ନଗର୍ଭରୁ ଅନେକ ପ୍ରଜାତିର ମାଚ୍ଥ ଆଣବେ ।

କଣ ସବୁ ନା ..... ମନେ ପଡୁନି ...।

ବେଳାଭୂମିରେ ଅପେକ୍ଷା କରିଚ୍ଥି ମୁଁ ।

ବାପାଙ୍କ ଡଙ୍ଗା ଦୃଶ୍ଯମାନ ହଉନି

ତେଣୁ ମୋ ସମୁଦ୍ରର ମା' କୋଳରେ 

ଟିକିଏ ଖେଳି ନଉଚ୍ଥି ।

ପର୍ଯ୍ଯଟକ ଦେଖନ୍ତି , ଖୁସି ମଧ୍ଯ ହୁଅନ୍ତି ।

କେହି ପଚାରନ୍ତି ନାହିଁ

ସ୍କୁଲ୍ ସମୟରେ ଏଠି କାହିଁକି ଖେଳୁଛୁ ?

ମୋର ବି ଇଚ୍ଚ୍ଥା,

ସାହେବ ପିଲାମାନଙ୍କ ପରି ସ୍କୁଲ୍ ଯିବାକୁ ।

ସରକାର ଏତେ ସୁବିଧା କରିଚ୍ଥନ୍ତି !

ତଥାପି ମୁଁ ସ୍କୁଲ୍ ବାରଣ୍ଡା ମାଡେନି କାହିଁକି ?

ଏ ଅଝଟ ମନର ପ୍ରଶ୍ନ...

ତମେ ସବୁ ବହୁତ ବିଜ୍ଞ ବ୍ଯକ୍ତି ,

ଚ୍ଥୋଟ ଶିଶୁର ପ୍ରଶ୍ନର ଉତ୍ତର ଦିଅନା ......



Rate this content
Log in

Similar oriya poem from Abstract