STORYMIRROR

Anam Charan Sahoo

Romance Tragedy

3  

Anam Charan Sahoo

Romance Tragedy

ଉତ୍ତର ଦେଇଯା ଥରେ

ଉତ୍ତର ଦେଇଯା ଥରେ

1 min
371

ମୋ ମନ ମାନସୀ ତତେ ପାଇ ଖୁସି

ଆତ୍ମହରା ଆନନ୍ଦରେ

କାହିଁ ଚାଲିଗଲୁ ଏକା ଛାଡ଼ି ମୋତେ

ଉତ୍ତର ଦେଇଯା ଥରେ।


କରିଥିଲି ତୋତେ ମୋ ଗଳାର ହାର

ଜପା ମାଳା ରାତି ଦିନ

ତୁମରି ପଥର ଥିଲି ମୁଁ ପଥିକ

ଅରପଣ କରି ମନ

ହୃଦୟ ମୋହର କୋରି ଖାଇଯାଏ

ନ ଦେଖିଲେ ନୟନରେ।


ତୋ ପାଇଁ ଭୁଲିଲି ନିଜ ପରିବାର

ସାଙ୍ଗସାଥୀ ଧୂଳି ଖେଳ

ହାସ ପରିହାସ ସହିଛି ଅନେକ

ତୋର ଲାଗି କରି ଗୋଳ

କାହିଁକି କରିଲ ପ୍ରତାରିତ ତୁମେ

ବୁଝୁବୁଝୁ ଦିନ ସରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance