STORYMIRROR

Bijaya Panda

Abstract

2  

Bijaya Panda

Abstract

ଉଠରେ ଉଠରେ ଓଡ଼ିଆ ପୁଅ

ଉଠରେ ଉଠରେ ଓଡ଼ିଆ ପୁଅ

1 min
372

                    

ଉଠରେ ଉଠରେ ଓଡ଼ିଆ ପୁଅ

ଦେଶପ୍ରେମ ଭାବ ଜଗାଇଦିଅ,

ଓଡ଼ିଶାର ମାଟିର ସଂଗ୍ରାମିଙ୍କ ତ୍ୟାଗ 

ମନକୁ ତୁମର ଚେତେଇଦିଅ


ପୁଣ୍ୟଭୂମି ଏଇ ଓଡ଼ିଶା ମାଟିରେ 

ଜନମିଲେ ସେ ଗରିବ କୁଟିରେ


ଯଥାର୍ଥରେ ସେ ଥିଲେ ବ୍ରାହ୍ମଣ,

ବଢି,ମରୁଡି ଓ କରୁଣ ବେଳାରେ 

ସହାନୁଭୁତି ତାଙ୍କ ହୁଦୟରେ

ହେଜି ସର୍ଵ ଘଟେ ନାରାୟଣ


ଦୁଃଖି ରଙ୍କି ପାଇଁ ମନଟି ଆତୁର,

ନିଜ ସଂନ୍ତାନକୁ ମରଣକୁ ଦେଇ 

କୋଟିଏ ସଂନ୍ତାନ ପାଇଁ ଅଧିର

  

ସ୍ୱତନ୍ତ୍ର ଉତ୍କଳ ଗଢି ତୋଳିବାରେ

ସେ ଥିଲେ ମହାନାୟକ

ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ପାଇଁ

ତାଙ୍କ ଯୋଗଦାନ ଅବିସ୍ମରକ

 

କାରାଗାରେ ବିତାଇ ବନ୍ଦୀ ଜୀବନ 

ସ୍ଵାଧୀନତା ସଂଗ୍ରାମେ କେତେ ବଳିଦାନ,

କେତେ ଯେ ରଚନା ଦେଶପ୍ରେମର

ତାଙ୍କ କାବ୍ୟ କବିତାକୁ ଲକ୍ଷେ ଜୁହାର

 

ତାଙ୍କ ହସ୍ତଲିପି 'ସମାଜ'

ଘରେ ଘରେ ପଠିତ ଆଜ,

ସାରା ଓଡ଼ିଶାର ମଉଡ଼ ମଣି

ଲଭିଲେ ଉପାଧି 'ଉତ୍କଳମଣି'


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract