STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଉଠରେ ଭାରତ

ଉଠରେ ଭାରତ

1 min
359

ଉଠରେ ଉଠରେ ଉଠରେ

ଏବେ ଭାରତ ବାସି

ଧରିବାକୁ ହେବ ରେ ଏବେ

ପୁଣି ହାତରେ ଅସି


ବୀର ପୁଅ ମାଟିର

ଶହୀଦ ହେଲା ଆଜି

ଦେଶ ପାଇଁ ନିଜକୁ

ଲଗାଇଲାରେ ବାଜି


ଭୁଲିଲା ସେ ଘର

ଭୁଲିଲା ତା ସଂସାର

ଭୁଲିଲା ପିଲା ଛୁଆ

ଦେଶ ପାଇଁ ତାହାର


ତା ପାଇଁ ଆଜିରେ ଉଠିବା ସବୁରେ

ଦେବା ପ୍ରତି ଉତ୍ତର

କଣ୍ଟା ର ଜବାବ ଛୁରୀ ରେ ଦେବାରେ

କାଟିବା ଶିର ତାର


ନ ଦିଅ ପଛ ଘୁଂଚା

ଭୁଲ ନାହିଁ ସେ କଥା

ଉଠରେ ଉଠରେ ଯେ

ନଇଁବା ନାହିଁ ମଥା


ଆମେ ଭାରତର ସୁତ ସୁତା

ଭାରତ ଆମର ମାତା

ଆମେ ନଇଁବା ନାହିଁ ରେ ମଥା

ଭୁଲିବା ନାହିଁ ସେ କଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract