ଉଠରେ ଭାରତ
ଉଠରେ ଭାରତ
ଉଠରେ ଉଠରେ ଉଠରେ
ଏବେ ଭାରତ ବାସି
ଧରିବାକୁ ହେବ ରେ ଏବେ
ପୁଣି ହାତରେ ଅସି
ବୀର ପୁଅ ମାଟିର
ଶହୀଦ ହେଲା ଆଜି
ଦେଶ ପାଇଁ ନିଜକୁ
ଲଗାଇଲାରେ ବାଜି
ଭୁଲିଲା ସେ ଘର
ଭୁଲିଲା ତା ସଂସାର
ଭୁଲିଲା ପିଲା ଛୁଆ
ଦେଶ ପାଇଁ ତାହାର
ତା ପାଇଁ ଆଜିରେ ଉଠିବା ସବୁରେ
ଦେବା ପ୍ରତି ଉତ୍ତର
କଣ୍ଟା ର ଜବାବ ଛୁରୀ ରେ ଦେବାରେ
କାଟିବା ଶିର ତାର
ନ ଦିଅ ପଛ ଘୁଂଚା
ଭୁଲ ନାହିଁ ସେ କଥା
ଉଠରେ ଉଠରେ ଯେ
ନଇଁବା ନାହିଁ ମଥା
ଆମେ ଭାରତର ସୁତ ସୁତା
ଭାରତ ଆମର ମାତା
ଆମେ ନଇଁବା ନାହିଁ ରେ ମଥା
ଭୁଲିବା ନାହିଁ ସେ କଥା
