ଉଠ ଉଠ ଆରେ ବାମପନ୍ଥୀ ସାଥୀ
ଉଠ ଉଠ ଆରେ ବାମପନ୍ଥୀ ସାଥୀ
ବ୍ୟାଧି ଯନ୍ତ୍ରଣାରେ
ଛଟପଟ ହୁଅ
କାହିଁକିରେ ଭାଇ କାହିଁକି
ନ୍ୟାୟ ପାଇଁ ତୁମେ
ଅନ୍ୟାୟ ବିରୁଦ୍ଧେ
ଲଢୁ ନାହଁ ତୁମେ କାହିଁକି ।
ନୀତି ଆଦର୍ଶର ନାରା ଦେଇ
ବାମପନ୍ଥୀ ବୋଲି ନିଜକୁ କହି
ବାମ ଆଦର୍ଶକୁ ଭୁଲି ଯାଇ
ପୁଞ୍ଜିବାଦକୁ ପ୍ରଶ୍ରୟ ଦେଇ
ଏକତ୍ରିତ ତୁମେ କିଆଁ ହୁଅ ନାହିଁ ।
ସତେ କ'ଣ ମାର୍କ୍ସ ବାଦ
ଆଜି ଭୁଲୁଣ୍ଠିତ
ସତେ କ'ଣ ବାମପନ୍ଥୀ ଆଜି ମୃତ
ମୃତ୍ୟୁ ଯନ୍ତ୍ରଣା ରେ କ'ଣ ଜର୍ଜରିତ
ଭାଷଣ ଶୋଷଣରୁ ମୁକ୍ତି ଜନଗଣଙ୍କୁ
ଦେବା ପାଇଁ କାହିଁକି ତେବେ କୁଣ୍ଠିତ ।
ଯୁବ ଛାତ୍ରଙ୍କୁ କର ଏକତ୍ରିତ
କୃଷକ ଶ୍ରମିକଙ୍କ କର ହିତ
ଉଦ୍ଧାର କର ଏ ଜଗତ
ଦଳିତ ପତିତଙ୍କ ସାଜ ମିତ
ଦାରିଦ୍ର୍ୟ ନିରାକରଣର ଖୋଜ ମନ୍ତ୍ର
ସାମ୍ୟବାଦ ସମାଜବାଦର
ବାହକ ସାଜି ସୃଷ୍ଟି କର ଜନମତ।
ଗଣତନ୍ତ୍ର ନାମେ
ଲୋପ କର ସାମନ୍ତ ବାଦ ଓ ରାଜତନ୍ତ୍ର
ବାପ ପରେ ପୁଅ ପୁଅ ପରେ ନାତି
ନିର୍ବାଚନ ମଣ୍ଡଳୀକୁ ରଖ ସୁରକ୍ଷିତ
ରାଜତନ୍ତ୍ର କର ପ୍ରତିହତ
ରକ୍ଷା କର ରକ୍ଷା କର
ହେ ବାମପନ୍ଥୀ ଏ ଦେଶ ବିଶ୍ଵରେ
ସମାଜବାଦ ଓ ଗଣତନ୍ତ୍ର ।
ଉଠ ଉଠ ଆରେ ବାମପନ୍ଥୀ ସାଥୀ
ଲାଲ୍ ଝଣ୍ଡା ତଳେ ଉଠ ତୁମେ ମାତି
ଗୋଟିଏ ନୀତି ଗୋଟିଏ ଆଦର୍ଶେ
ଏକ ହୋଇ ତୁମେ
ଦେଶ ପାଇଁ ମରଣ ମୁହଁରେ
ପତାଅ ଛାତି
ଦେଶ ଓ ବିଶ୍ଵରେ ଆଣ ଆଣ କ୍ରାନ୍ତି
ବଞ୍ଚି ରହୁ ସାମ୍ୟବାଦ
ବଞ୍ଚି ରହୁ ସମାଜବାଦ
ବଞ୍ଚି ରହୁ ବାମ ଆଦର୍ଶ ଓ ନୀତି ।
