STORYMIRROR

Santanu Bisoi

Abstract

2  

Santanu Bisoi

Abstract

ଉଠ "ରବି ସିଂ"।

ଉଠ "ରବି ସିଂ"।

1 min
149

ମହାମୁକ୍ତିର ନୁହେଁ ସ୍ୱର୍ଣ୍ଣ ଦିନ

ତୁର୍ଯ୍ୟନାଦ ଏବେ ବାକି,

ଉଠ କବି ରବି ବିପ୍ଳବ କରିବା

ଆସିଛୁ ସରବେ ଡାକି


ଉଠ ଉଠ କ୍ରାନ୍ତି ତେଜ ତେଜ ନିଦ୍ରା

ଲାଲ ପାଗୋଡାର ତଳୁ

ବିଧ୍ୱଗ୍ଧ ଲୋତକ ଝରାଏ ଓଡ଼ିଶା

ଆବାହନି ଅନ୍ତରାଳୁ


ଚରମ ପତ୍ରେ ଗୋଲକ ବିହାରୀ

ଦସ୍ତଖତ ଛନ୍ତି ଦେଇ

ହେ ଜାରାଶବର କାହିଁକି କବର

ଭିତରେ ପଡିଛ ଶୋଇ


ଭରି ଯାଇଛି କି ଆୟୁଷ ଆଟିକା

ବୟସର କାଳ ବଳେ

ଶୋଇଛ କି, ଖାଇ ନିଦର ବଟିକା

ଏ'ମାଟି ମାଆର କୋଳେ


ନିର୍ଲିପ୍ତ ନିର୍ବାକ୍ ନିସ୍ତେଜ ଓଡ଼ିଶା

ଦେଖି ପୁଣି ଶୋଇଯିବ

କବି ରବି ତୁମେ ହେଲେ ଅସ୍ତାଚଳ

ଅମା ଅନ୍ଧାର ଘୋଟିବ


ଅମରାବତୀର ବିଳାସ ବ୍ୟସନେ

ଦିଶୁଅଛ କେଡେ ତୋରା

ଉଠ ଉଠ କ୍ରାନ୍ତି ଦୀନ ଦୁନିଆର

ଦୀନବନ୍ଧୁ ତୁମେ ପରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract