STORYMIRROR

Tapaswini DashSarangi

Action Inspirational

3  

Tapaswini DashSarangi

Action Inspirational

ଉଠ ଜାଗ୍ରତ ହୁଅ ହେ ନାରୀ ଜାତି

ଉଠ ଜାଗ୍ରତ ହୁଅ ହେ ନାରୀ ଜାତି

1 min
192

ଉଠ ଜାଗ୍ରତ ହୁଅ ହେ ନାରୀ ଜାତି

ଛାଡି ଦିଅ ତୁମର ସେ ତ୍ୟାଗମୟୀ ରୂପ

ଭୂଲିଯାଅ ତୁମର ସେ ସର୍ବଂସହା ଗୁଣ

ଧରି ନିଅ ଧରି ନିଅ ସଂହାର କାରିଣୀର ବେଶ

ସହିବାର ସୀମା ଟପିଗଲା ତା' ଲକ୍ଷ୍ମଣରେଖା

କାହିଁକି କରୁଥିବୁ ତୋର ସତୀତ୍ଵର ବାଖ୍ୟା।

ଉଠ ଜାଗ୍ରତ ହୁଅ ହେ ନାରୀ ଜାତି

ଜବାବ ଦିଅ ତୁମେ ନୁହେଁ ଅବଳା,

ପ୍ରମାଣ କର ତୁମେ ନୁହେଁ ଦୁର୍ବଳା ,

ସଂହାର କର ଯିଏ କରିଛି ତୁମ ଶରୀରକୁ ଆଖଡା

ଏ ସମାଜର ରାସ୍ତା ହୋଇଛି ବଡ଼ ଖସଡା।

ଉଠ ଜାଗ୍ରତ ହୁଅ ହେ ନାରୀ ଜାତି

କହିଦିଅ ତୁମେ ନୁହେଁ ପତିତା !

ଜଣାଇଦିଅ ତୁମେ ନୁହେଁ ଲାଞ୍ଛିତା !

ଦେଖାଇଦିଅ ତୁମ ମଧ୍ୟେ ମହିଷାମର୍ଦ୍ଦିନୀର ଉଗ୍ର ରୂପ

ତୁମେ ବି ଲକ୍ଷ୍ମୀ ବାଈ ଫୁଲନ୍ ଦେବୀ ଠାରୁ ତଦୃପ।

ଉଠ ଜାଗ୍ରତ ହୁଅ ହେ ନାରୀ ଜାତି

ପଚାର ଏ ସମାଜକୁ କାହିଁକି ଏ ଅତ୍ୟାଚାର!

ଉତ୍ତର ମାଗ ଏ କି ପ୍ରକାର ବ୍ୟଭିଚାର

ସ୍ୱର ଉଠାଅ ସ୍ୱର ଉଠାଅ ଏ ତାଡ଼ନା ବିରୋଧରେ

ଜଠରରୁ ଜୁଇ ଯାଏଁ ଶୋଇନାହଁ ଶାନ୍ତିର ନିଦ୍ରାରେ।

ଉଠ ଜାଗ୍ରତ ହୁଅ ନାରୀ ଜାତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action