STORYMIRROR

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

ଉତ୍ତାପରୁ ଅନୁଭବ

ଉତ୍ତାପରୁ ଅନୁଭବ

1 min
168


ପୃଥିବୀ ପିଠିରେ ପଦେ ଲେଖା,

ତାର ଜ୍ୱଳନଶିଳ ହେହରେ କ'ଣ 

ମଲମ ଲଗାଇବି !

ଭାସ୍କରଙ୍କ ପ୍ରଖର ତେଜ ତଳେ

ବଞ୍ଚିବା କଷ୍ଟକର ,

ହେଲେ ଧରଣୀ ମା !

ସହିଷ୍ଣୁତା ,ଉଦାର କେବଳ କହିବା

ଲେଖିବାରେ...

ପ୍ରକୃତରେ ବୁଝିଛି କିଏ ।

ଖରା ଦେଖିଲେ ଲୋକେ ,ଛାଇ ଆଡ଼କୁ

ଆସୁଛନ୍ତି ,କିନ୍ତୁ ନବ ବଧୂ !

ଚୁଲି ମୁଣ୍ଡରେ ନିଆଁକୁ ପେଟ ଦେଖାଇ

ରନ୍ଧନ ପ୍ରସ୍ତୁତି କରି ବାଢି ଦିଏ ।

ପ୍ରତିଦାନରେ ପାଏ କ'ଣ ?

ଭଲ ମନ୍ଦର ପୁରସ୍କାର କିମ୍ବା ତିରସ୍କାର....

ଅଣ ଚାକିରିଆ ମୂଲିଆ

ଦାଦନ ଇଟା ଭାଟି ହେଉ 

କି ଶକ୍ତ ପାହାଡ଼କୁ ଟୁକୁରା କରିବା କଥା 

ଉତ୍ତପରେ ଯେଉଁ ପରିଶ୍ରମ କ୍ଲାନ୍ତି

ସେ ହିଁ ବୁଝେ

ଉତ୍ତାପରେ ତାପର ପକ୍ବତା,

ପାଚିଲା ଆମ୍ବ ପଣସ

ସାବିତ୍ରୀ ସଜାଡି ଆଣିଛି ଭାଇ,

ଭାଇର ମୁହଁକୁ କାନି ଅଗିଲାରେ ପୋଛି

ଭଉଣୀର ସ୍ନେହ ବୋଳା କଥା- ଘରେ

ସମସ୍ତେ ଭଲ ଅଛନ୍ତି ଭାଇ ?

ଏଇ ପଦେ କଥାରେ ଲିଭି ଯାଏ

ସବୁ ଉତ୍ତାପର ଯାତନା

ବାଉଁଶ ଚାଳ ଛପର ଓଳି ତଳେ

କି ସୁନ୍ଦର କିଚିରି ମିଚିରି ଭାଷା

ସାରା ଦ୍ୱିପହର ମନକୁ ଶୀତଳ

ପ୍ରଦାନ କରେ

ଗ୍ରୀଷ୍ମପ୍ରବାହର ଉତ୍ତାପର ଚିହ୍ନ 

ଅସରନ୍ତି ସ୍ମୃତି ପେଡ଼ି ସଜାଡି ଆଣେ

ସମୟ ତାଳରେ ସୁଖ ଦୁଃଖ 

ବାଣ୍ଟି ଦେଇ ଚାଲି ଯାଏ  

ତଥାପି କିଛି ବାକି ରହି ଗଲା ପରି 

ମନେ ହୁଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy