STORYMIRROR

PRABHAS KUMAR MOHAPATRA

Classics Inspirational

4  

PRABHAS KUMAR MOHAPATRA

Classics Inspirational

ଉତ୍କଳର ବିଜୁ

ଉତ୍କଳର ବିଜୁ

1 min
258


ଦୁଃସାହସୀ ନର ଗୁରୁ ବିମାନର

ଆକାଶ ଛୁଆଁ ମଣିଷ ।

ଦେଶ ସ୍ବାଧୀନରେ ସଂଗ୍ରାମୀ ଭାବରେ

ବିଚକ୍ଷଣ ସେ ପୁରୁଷ ।।


ସ୍ୱାଧୀନତା ପାଇଁ ହୋଇଲେ ବରଣ

କାରାଗାର ଗୃହ ମଧ୍ୟେ ।

ଡାକଟା ବିମାନ ନେଇ ମହାଜନ

ଇଣ୍ଡୋନେସିଆ ର ମଧ୍ୟେ।।


ଉଦ୍ଧାରିଲେ ବିଜୁ ଉପରାଷ୍ଟ୍ରପତି

ମନ୍ତ୍ରୀ ଡଚ୍ କବଳରୁ।

ଆକାଶେ ଉଡ଼ାଇ ଦିଲ୍ଲୀକୁ ଆଣିଲେ

ରକ୍ଷା କରି ବିପଦରୁ ।।


ସୁକର୍ନୁ ନିର୍ଦ୍ଦେଶେ ମନ୍ତ୍ରୀ ସାହାରିୟା

ମହମ୍ମଦ ହଟ୍ଟ ଭାଇ ।

ଆନ୍ତର୍ଜାତିକରେ ଆଲୋଚନା କଲେ

ତାର ସ୍ୱତନ୍ତ୍ରତା ନେଇ ।।


ଆଲୋଚନା ହେଲା ନେହେରୁ ସହିତ

ପଟ୍ଟେଲ ଭାଇ ସହିତ।

ଆନ୍ତ୍ରାର୍ଜାତିକ ସ୍ତରେ ଡଚ୍ ବିରୁଦ୍ଧେ

ଖେଳିଗଲା ଜନ ମତ ।।


ଡଚ୍ କବଳରୁ ବିଜୁଙ୍କ ପାଇଁ କି

ଇଣ୍ଡୋ ହୋଇଲା ସ୍ଵାଧୀନ ।

ଭୂମପୁତ୍ର ହେଲେ ଇଣ୍ଡୋନେସିଆର

ଲୋଭିଲେ କେତେ ସମ୍ମାନ ।।


ସବୁ ତ୍ୟାଗ‌ କରି ଦମ୍ପତି ଯେ ଦୁଇ

ଫେରିଥିଲେ ଯେ ଉତ୍କଳ ।

ସ୍ୱର୍ଣ୍ଣାକ୍ଷରେ ଲେଖା ଇଣ୍ଡୋରେ ହୋଇଲା

ସନ୍ତାନ ବୀର ଉତ୍କଳ ।।


ରାଜନୀତିରେ ସେ ଭୀଷ୍ମ ପିତାମହ

ଓଡ଼ିଶା ପାଇକି ଥିଲେ ।

ସେ ଜନସେବାରେ ସର୍ବୋଚ୍ଚ ଶିଖରେ

ସମାଜ କର୍ମୀଟେ ଥିଲେ ।।

 

ବନ୍ୟା ବାତ୍ୟା କାଳେ ଅଭିନବ ପାୟେ

କରିଥିଲେ ଜନ ସେବା ।

ଆକାଶ ମାର୍ଗରୁ ଖାଦ୍ୟ ପୁଡ଼ିଆକୁ

ଜନତା ଭୂଲିବ କିବା ।।


ମୁଖ୍ୟମନ୍ତ୍ରୀ ରୂପେ ବିଶ୍ଵ ବଜାରରେ

ଉତ୍କଳର ନାମ ପାଇଁ ।

ପାରାଦ୍ଵୀପ ବନ୍ଦର କଲେ ନିର୍ମାଣ

ଆର୍ଥିକ ବିକାଶ ନେଇ ।।


ଉତ୍କଳ ମାଆର ସୁଯୋଗ୍ୟ ସନ୍ତାନ

ନଥିଲା ନିକଟେ ଭୟ ।।

ଅସମ୍ଭବର ସେ ସମ୍ଭବ ବ୍ୟକ୍ତିତ୍ଵ

ପରାଜୟରୁ ସେ ଜୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics