STORYMIRROR

Bijaya Kumar Swain

Classics

4  

Bijaya Kumar Swain

Classics

ଉତ୍କଳେ ସୁନ୍ଦର ଚତୁର୍ଦ୍ଧା ମୂରତି

ଉତ୍କଳେ ସୁନ୍ଦର ଚତୁର୍ଦ୍ଧା ମୂରତି

1 min
171


ଧନ୍ୟ ଏ ଉତ୍କଳ ପୁଣ୍ୟ ଏ ଉତ୍କଳ

  ପୂତ ହୋଇଛି ଏ ମାଟି

ଯେ ମାଟିରେ ବିଜେ ଜଗତ କରତା

  ନାରାୟଣ ଲକ୍ଷ୍ମୀ ପତି।


ଯେ ଉତ୍କଳେ ନାହିଁ ନେତା ପ୍ରୟୋଜନ

 ନେତା ସ୍ଵୟଂ ନାରାୟଣ

ସବୁ ରାଜନୀତି ଉର୍ଦ୍ଧ୍ବ ରେ ସେ ପରା

  ଜଗନ୍ନାଥ ପରଂବ୍ରହ୍ମ।


ନୀଳାଚଳ ଧାମେ ଶ୍ରୀ ନୀଳ କନ୍ଦ ରେ

  ଭାଇ ଭଗ୍ନୀ ସୁଦର୍ଶନ

ଚତୁର୍ଦ୍ଧା ମୂରତି କରିଛନ୍ତି ବିଜେ

  ଶୋଭା ରତ୍ନ ସିଂହାସନ।


ବାର ମାସେ ତେର ଯାତରା ତାଙ୍କର

  କରିଥାନ୍ତି ଭାବଗ୍ରାହୀ

ଭବ ରେ ଭାବରେ ଭାବ ବିନୋଦ୍ଦିଆ

  ଭକ୍ତ ପାଇଁ ଆସେ ଧାଇଁ।


ନବ ଦିନାତ୍ମକ ଯାତରା ପାଇଁକି

  ରତନ ବେଦୀ ରୁ ଆସେ

ଚତୁର୍ଦ୍ଧା ମୂରତି ଭାଇ ଭଗ୍ନୀ ସାଥେ

  ଜନମ ବେଦୀ ରେ ବସେ।


ଉତ୍କଳ ସୁନ୍ଦର ଜଗନ୍ନାଥ ପାଇଁ

  ତାଙ୍କ ପାଇଁ ଆମ ଗର୍ବ

ଜଗନ୍ନାଥ ଲାଗି ଶୁନ୍ୟ ଖାଲି ଶୁନ୍ୟ

  ସେ ଆମ ଜୀବନ ସର୍ବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics