ଉତ୍କଳେ ମା' ବହୁରୂପା
ଉତ୍କଳେ ମା' ବହୁରୂପା


ଉତ୍କଳ ଭୁବନେ ବିରାଜିତ ଦେବୀ କଟକେ କଟକ ଚଣ୍ଡୀ,
ଭୁବନେଶ୍ୱରରେ ଗଉରୀ ନାମରେ କୋଣାର୍କରେ ରାମଚଣ୍ଡୀ |
କାକଟପୁରରେ ମଙ୍ଗଳା ବୈଷ୍ଣବୀ ଝଙ୍କଡ଼ଠାରେ ଶାରଳା,
ସମ୍ବଲପୁରରେ ସମଲେଶ୍ଵରୀ ମା' ଶ୍ରୀକ୍ଷେତ୍ରେ ମାତା ବିମଳା |
ଯାଜପୁରଠାରେ ବିରଜାଈ ନାମ ଭଦ୍ରକରେ ଭଦ୍ରକାଳୀ,
ପାଟଣାଗଡ଼ରେ ପାଟଣେଶ୍ଵରୀ ମା' ହିନ୍ଦୋଳେ ରତନେଶ୍ଵରୀ |
ବାଣପୁରଠାରେ ମାଆ ଭଗବତୀ ଖୋରଧାରେ ବରୁଣେଈ,
ଭୂଷଣ୍ଡପୁରରେ ଉଗ୍ରତାରା ମାତା ବାଙ୍କୀରେ ମା' ଚର୍ଚ୍ଚିକାଈ |
ଖିଚିଂ ମାଟିରେ କିଚକେଶ୍ୱରୀ ମା' ଚିଲିକାରେ କାଳୀଜାଈ,
ଘଟଗାଁ'ଠାରେ ତାରିଣୀ ନାମରେ ତାଳଚେରେ ହିଙ୍ଗୁଳାଈ |
>
ଆଠଗଡ଼ଠାରେ ଦକ୍ଷିଣଚଣ୍ଡୀ ମା' ଖଲିକୋଟେ ନାରାୟଣୀ,
ବଡ଼ାମ୍ବାଗଡ଼ରେ ଭଟ୍ଟାରିକା ମାତା ଦକ୍ଷିଣେ ତାରାତାରିଣୀ |
ବ୍ରହ୍ମଗିରିଠାରେ ବାଲି ହରଚଣ୍ଡୀ ବାରିପଦାରେ ଅମ୍ବିକା,
ଭବାନୀ ପାଟଣା ମାଣିକେଶ୍ଵରୀ ମା' ଖଣ୍ଡଗିରିରେ କାଳିକା |
ନରସିଂହପୁରେ ନାଆଁଟି ପ୍ରଗଳା କନିକାରେ ଧାମରେଈ,
ମଝିଘରିଆଣି ରାୟଗଡ଼ାଠାରେ ଚିକିଟିଠାରେ ବରାହୀ |
ନବରଙ୍ଗପୁର ସହର ମଝିରେ ଅଛନ୍ତି ଭଣ୍ଡାର ଘରଣୀ,
ଉମରକୋଟରେ ଇଷ୍ଟଦେବୀ ମାଆ ବସିଛନ୍ତି ପେଣ୍ଡରାଣୀ |
ଢେଙ୍କାନାଳଠାରେ ବ୍ରାହ୍ମଣୀ ଦେବୀ ମା' ଜାଗାନେଇ ନାମଭିନ୍ନ,
ଗ୍ରାମରେ ସହରେ ବଜାରେ ବଣରେ ସାହା ଏକା ମାଆ ନାମ |