STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଉତ୍କଳ

ଉତ୍କଳ

1 min
153


 ନୀଳମନ ଓ ନୀଳ ସ୍ବପ୍ନ 

ଦିଟା ଯାକ ଏକା ବିଶ୍ଲେଷଣ

ଯାହାର ନଥାଏ ଆଭୂଷଣ 

ପୁଣି କେବେ ଭାରି ବିଚକ୍ଷଣ 

କେବେ କେବେ ନୀଳ 

ଉଦଗିରଣ ର ସମ୍ଭାଷଣ 

ନୀଳମନ ନେଇ ଜଦି ହୁଏ ଦି ଘଡ଼ି 

ନୀଳସ୍ୱପ୍ନ ଦେଖି ପାହିଯାଏ ରାତି 

ଚାରି ପ୍ରହର ବା ଘଡ଼ିଏ ଦି ଘଡ଼ି 

ଭାଙ୍ଗିଯାଏ ଦେଖି ସୂର୍ଯ୍ୟଙ୍କ ଠାଣି 

ଗୀର୍ଜା ଘଣ୍ଟା ର ଟନ ଟନ ଧ୍ୱନୀ 

ନୀଳମନ ଭାରି ଅମାନିଆ 

ନୀଳସ୍ୱପ୍ନ ସବୁ ଏକଜିଦିଆ 

ନୀଳ ଆଜି ବାସ୍ତବରେ ଉବୁଟୁବୁ 

ସମୁଦ୍ର ଆକାଶ ଗଛ ଆଉ ଋତୁ 

ସବୁଠି ନୀଳ ନଥାଏ ନିୟନ୍ତ୍ରଣ 

କିନ୍ତୁ ବାରମ୍ବାର କରେ ନିମନ୍ତ୍ରଣ 

ଯେମିତି ପୂର୍ବସୁରୀଗଣ 

ରାଜା ଅବା ରାଜ୍ୟାଧିରାଜ 

ଉତ୍କଳର ମାନୁଷୀ ଓ ଦେବଗଣ 

ନିଳ ମନର ନୀଳ ସ୍ବପ୍ନ ସବୁକୁ 

କରି ଏକଦମ ସକାରଣ 

ଉଣେଇଶ ଶହ ଛତିଶ ମସିହା 

ଏପ୍ରିଲ ପହିଲା ହସିଥିଲା ହା ହା 

ଜାଗୃତିରେ ଜଗେଇ ଜାଗରଣ 

ବନ୍ଦେ ଉତ୍କଳ ଜନନୀ ଗାଇବାକୁ 

ଲାଗାଇ ମନ ମୁନ ଚୈତନ୍ୟ ପରାଣ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract