STORYMIRROR

Arun Kumar Mohanty

Fantasy Others

3  

Arun Kumar Mohanty

Fantasy Others

ଉତ୍କଳ ସଭ୍ୟତା

ଉତ୍କଳ ସଭ୍ୟତା

1 min
8.1K


ନା ମୁଁ ସ୍ଵପ୍ନରେ ନା କଳ୍ପନାରେ

ଦେଖୁଛି ଯାହା ବାସ୍ତବରେ

ଉତ୍କଳର କୀର୍ତ୍ତି ସଭ୍ୟତା ସଂସ୍କୃତି

ପଡ଼ିଛି ବିପନ୍ନ ସ୍ଥିତିରେ ।।

ଗୁମୁରି କାନ୍ଦୁଛି କଳିଙ୍ଗ ସମ୍ମାନ

କଳା ଶିଳ୍ପ ସେ କୋଣାର୍କର

ଆଜି ସେ ଦୁର୍ବଳ ଅଟେ ଅସହାୟ

କଳା କାବ୍ୟ ଶିଳ୍ପ ଉତ୍କଳର ।।

ଓଡ଼ିଆ ଭାଷାର ହେଉନି ପ୍ରଗତି

ବଢେ ଏଠି ନିତି ଦୁର୍ନୀତି

ପାଶ୍ଚାତ୍ୟ ସଭ୍ୟତା ମଙ୍ଗ ଧରିଲାଣି

ଘରେ ଘରେ କରେ ରାଜୁତି ।।

ଉଠ ଉଠ ମୋର ଉତ୍କଳ ନିବାସୀ

ଫିଙ୍ଗି ତୁମେ ଆଳସ୍ୟ ବସନ

ଆସ ଭାଇ ଭଗ୍ନି ଭୁଲି ଜାତି ଧର୍ମ

ସର୍ବେ ଆମେ ଉତ୍କଳ ସନ୍ତାନ ।।

ଏକତା ଅଟଇ ମୁକତି ଦିଗନ୍ତ

ଆସିବ ପୁଣି ନବ ଜାଗରଣ

ସଭିଁଙ୍କ ପ୍ରଚେଷ୍ଟା ଫେରାଇ ଆଣିବ

ନିଖିଳ ଉତ୍କଳ ନିକେତନ ।।

ଏକ ପ୍ରେମ ଡୋରେ ବନ୍ଧା ହେଲେ ସବୁ

ହିନ୍ଦୁ ମୁସଲମାନ ଓ ଖ୍ରୀଷ୍ଟ

ଭାତ୍ରୁ ଭାଵ ପ୍ରୀତି ଭାଵ ବିରାଯିବ

ନିଶ୍ଚେ ପ୍ରଗତି ହୋଇବ ରାଷ୍ଟ୍ର ।।

ଅରୁଣ କୁମାର ମହାନ୍ତି

ଇଷାଣପୁର, ଯାଜପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy