ଉତ୍କଳ ଜନନୀ
ଉତ୍କଳ ଜନନୀ


ପଞ୍ଚାଅଶି ବର୍ଷ ବୟସର ମାଆ ଚାରିକୋଟି ସନ୍ତାନର,
ଚିର ସବୁଜିମା ଗୌରବ ମଣ୍ଡିତା ଚରଣ ଧୂଏ ସାଗର |
(ଘୋଷା)
ମହାନଦୀ ପରି କେତେ ନଦ-ନଦୀ ମୋ ବକ୍ଷରେ ସୁଧା ଢାଳେ,
ଦେଓମାଳୀ ପରି କେତେ ପର୍ବତକୁ ଧରିଛି ମୁଁ ମୋର କୋଳେ |
ମୋ ଭାଷା ଉନ୍ନତ ଶାସ୍ତ୍ରୀୟ ମାନ୍ୟତା ପାଇଛି ମୁଁ ଅଧିକାର |
ପଞ୍ଚାଅଶି ବର୍ଷ ବୟସର ମାଆ ଚାରିକୋଟି ସନ୍ତାନର |(୧)
ଓଡ଼ିଶୀ ନୃତ୍ୟର ମାଧୁର୍ଯ୍ୟ ଲାଳିତ୍ୟ କରିଦିଏ ବିମୋହିତ,
କଳା ସଂସ୍କୃତିର ଅପୂର୍ବ ଝଙ୍କାର ସାରା ବିଶ୍ଵରେ ବିଦିତ |
ପ୍ରକୃତି ରଚିଛି କେତେ ବିପର୍ଯ୍ୟୟ ସହିଛି
ମୋର ଶରୀର |
ପଞ୍ଚାଅଶି ବର୍ଷ ବୟସର ମାଆ ଚାରିକୋଟି ସନ୍ତାନର |(୨)
କୋଣାର୍କ ଦର୍ଶନ ପୁଲକିତ କରେ କୋଟି ହୃଦୟକୁ ଜିଣି,
ଷାଠିଏ ପ୍ରଜାତି ଜନଜାତି କଳା ମନକୁ ନେଉଛି କିଣି |
ହୀରାକୁଦ ବନ୍ଧ ପାରାଦୀପ ପାଇଁ ବଢିଛି ସମ୍ମାନ ମୋର |
ପଞ୍ଚାଅଶି ବର୍ଷ ବୟସର ମାଆ ଚାରିକୋଟି ସନ୍ତାନର |(୩)
ମନ୍ଦିର ମାଳିନୀ ଏକାମ୍ର ନଗର ଭୁବନେଶ୍ୱର ମୋ ପ୍ରାଣ,
ଶ୍ରୀକ୍ଷେତ୍ରରେ ବିଜେ ସ୍ୱୟଂ ଜଗନ୍ନାଥ ତାଙ୍କୁ ପାଇ ହେଲି ଧନ୍ୟ |
ଯଶସ୍ୱୀ ସାଧକ ତ୍ୟାଗୀ ବରପୁତ୍ର ଟେକିଛନ୍ତି ମୋର ଶିର |
ପଞ୍ଚାଅଶି ବର୍ଷ ବୟସର ମାଆ ଚାରିକୋଟି ସନ୍ତାନର|(4)